ଏସି ବସରେ ଯାତ୍ରା କରୁଥିଲେ ହୋଇ ଯାଆନ୍ତୁ ସାବଧାନ, ବୈଜ୍ଞାନିକ ଦେଲେ ଚେତାବନୀ
2/09/2020 at 4:03 PM

ବେଜିଙ୍ଗ ୦୨/୦୯ : ବସରେ ଲାଗିଥିବା ଏୟାର କଣ୍ଡିସନ୍ ୟୁନିଟ୍ ଯୋଗୁ କରୋନା ସଂକ୍ରମଣ ଅଧିକ ବ୍ୟାପିଥାଏ। ଗୋଟିଏ ଗବେଷଣା ପରେ ବୈଜ୍ଞାନିକଙ୍କୁ ଏମିତି ତଥ୍ୟ ମିଳିଛି। ସେମାନେ ଚୀନର ଗୋଟିଏ ଘଟଣାର ଅଧ୍ୟୟନ କରିଛନ୍ତି ଯେଉଁଥିରୁ ଜଣାପଡିଛି ବସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ଡଜନ ଲୋକ କରୋନା ସଂକ୍ରମିତ ହୋଇ ଥିଲେ।
ବସରେ ଯାତ୍ରା କରିଥିବା ୨୪ ଲୋକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଲୋକମାନେ ବସରେ ପ୍ରାୟ ଦେଢ଼ ଘଣ୍ଟା ଯାତ୍ରା କରିଥିଲେ। ବସରେ ଲାଗିଥିବା ଏସି ଯୋଗୁ ସଂକ୍ରମଣ ଶୀଘ୍ର ବ୍ୟାପିଥିବା ବୈଜ୍ଞାନିକ ମାନେ ଦାବି କରିଛନ୍ତି। ବନ୍ଦ ବା ନିବୁଜ ସ୍ଥାନରେ ଏମିତି ସଂକ୍ରମଣ ଅଧିକ ବ୍ୟାପିଥାଏ।
କିଛି ଏୟାର କଣ୍ଡିସନ ବାହାରୁ ପବନ ଟାଣୁଥିବା ବେଳେ ଆଉ କିଛି ଏସି ଭିତରର ପବନକୁ ବାରମ୍ବାର ରିସର୍କୁଲେଟ୍ କରିଥାଏ। ବସରେ ଲାଗିଥିବା ଏସି ଯୋଗୁ ଭିତର ପବନ ରିସର୍କୁଲେଟ୍ ହେଉଥିଲା। ସେଥିପାଇଁ ଏୟାର ଡ୍ରପଲେଟ୍ ବସରେ ବ୍ୟାପିଗଲା।
ତେବେ ବସରେ ଯାତ୍ରା କରିଥିବା ୨୪ ଯାତ୍ରୀଙ୍କ ମଧ୍ୟରୁ ୧୮ ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଇଥିଲା। ଏ ଅଧ୍ୟୟନ ଜାନୁଆରୀରେ ହୋଇଥିଲା। ବସ ଯାତ୍ରା ବେଳେ ଯାତ୍ରୀମାନେ ସାମାଜିକ ଦୂରତ୍ବ ପାଳନ କରି ନ ଥିଲେ ମଧ୍ୟ ସମସ୍ତେ ମାସ୍କ ପିନ୍ଧିଥିଲେ।