ଘରେ ଆପଣ ବି ବେଡ଼ ତଳେ ରଖୁଛନ୍ତି କି ଜିନିଷପତ୍ର ? ଜୀବନ ଉପରେ ପଡିଥାଏ ଏହିସବୁ ପ୍ରଭାବ

Published By : Prameya-News7 Bureau | May 02, 2021 IST

ଭୁବନେଶ୍ୱର ୦୨/୦୫ : ଆଜିକାଲି ଘରେ ଜାଗା ଅଭାବରୁ ଲୋକେ ବେଡ଼କୁ ଦିୱାନ ଭଳି କରି ସେଥିରେ ଜିନିଷ ପତ୍ର ରଖି ଦେଉଛନ୍ତି | ବାସ୍ତୁଶାସ୍ତ୍ରରେ ଏହାକୁ ଦୋଷ ବୋଲି କୁହାଯାଇଛି | ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ | ଏହା ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ | ତାଛଡା ପରିବାରରେ ସୁଖ ଶାନ୍ତିର ମଧ୍ୟ ଅଭାବ ଦେଖାଦେଇଥାଏ |    

ବାସ୍ତୁଶାସ୍ତ୍ର ଅନୁସାରେ ବିଛଣା ତଳେ ବା ବେଡ଼ ତଳେ ସ୍ଵଛ ରହିବା ଦରକାର | ଏହାଦ୍ୱାରା ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ | ଫଳରେ ଭଲ ନିଦ ମଧ୍ୟ ହୋଇଥାଏ ଓ ନକାରାତ୍ମକ ଶକ୍ତିରୁ ବ୍ୟକ୍ତି ବଞ୍ଚିତ ହୁଏ | ବେଡ଼କୁ କେବେ ବି କୋଠରୀର କୌଣସି କୋଣରେ କାନ୍ଥ ସହ ଲଗାଇ ରଖିବା ଉଚିତ ନୁହେଁ | ଏହାଦ୍ୱାରା ବାୟୁ ପ୍ରବାହ ପ୍ରଭାବିତ ହୋଇଥାଏ | 

କିଛି ଲୋକେ ବେଡ଼ ତଳେ ଝାଡୁ କିମ୍ବା ଅନ୍ୟ କୌଣସି ଅଦରକାରୀ ଆଦି ମଧ୍ୟ ରଖିଦେଇଥାନ୍ତି | ଏହିଭଳି କାମ ଭୁଲରେ କରିବା କଥା ନୁହେଁ | ଏହାଦ୍ୱାରା ଆର୍ଥିକ ସ୍ଥିତି ପ୍ରଭାବିତ ହୋଇଥାଏ | ଏହିଭଳି କରିବା ଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ | ବିଛଣା ସର୍ବଦା ସୁବ୍ୟବସ୍ଥିତ ଓ ସମତଳ ରହିବା ଆବଶ୍ୟକ | ବିଛଣାର କୌଣସି ସ୍ଥାନରେ ଉଚ୍ଚ ନୀଚ ରହିବା ଉଚିତ ନୁହେଁ |

{"id":447484,"sizeSlug":"large","linkDestination":"none"}

ଗଦି କିମ୍ବା ବେଡ଼ସିଟ ତଳେ ମଧ୍ୟ କିଛି ରଖିବା ଉଚିତ ନୁହେଁ | ନିତ୍ୟ ବିଛଣା ତ୍ୟାଗ କରିବା ପରେ ଶେଜକୁ ସାଇଜ କରିବା ଉଚିତ | ବେଡ଼ ସର୍ବଦା କୋଠରୀର ଦକ୍ଷିଣ ଏବଂ ପଶ୍ଚିମ ସ୍ଥାନରେ ରଖିବା ଉଚିତ | ମନେ ରଖନ୍ତୁ ବେଡ଼ ସବୁବେଳେ କାଠରେ ତିଆରି ହୋଇଥିବା ଦରକାର |

ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଓଜନିଆ ଵସ୍ତୁ ରଖିବାକୁ ବାରଣ କରାଯାଇଛି | ଖଟ ବା ବେଡ଼ ଓଜନିଆ ଵସ୍ତୁ | ଶୋଇବା ପରେ ଏହା ଆହୁରି ଓଜନିଆ ହୋଇଯାଇଥାଏ | ସେଥିପାଇଁ ଦକ୍ଷିଣ-ପଶ୍ଚିମ ଦିଗରେ ବେଡ଼ ରଖିବା ସବୁଠାରୁ ଉତ୍ତମ | ବେଡ଼ର କୌଣସି କୋଣରୁ ଆଇନା ବା ଦର୍ପଣ ଦେଖାଯିବା ଉଚିତ ନୁହେଁ | ଶୋଇବା ସମୟରେ ଗୋଡ କବାଟ କିମ୍ବା ଝରକା ଆଡକୁ ଯେମିତି ନ ହୁଏ ଏଥିପ୍ରତି ଦୃଷ୍ଟି ଦେବା ଉଚିତ | ଘର କିମ୍ବା କୋଠରୀର ମଧ୍ୟ ଭାଗରେ ବେଡ଼ ପକାଇବା ଉଚିତ ନୁହେଁ | ଘରେ ବେଡ଼ ପକାଇବା ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.