ପୁରୀ ସମୁଦ୍ରକୂଳରୁ ମିଳିଥିବା ନରକଙ୍କାଳର ଡିଏନଏ ଟେଷ୍ଟ ହେବ, ତା ପରେ ଖୋଜାଯିବ ମୃତ୍ୟୁର କାରଣ

Published By : Prameya-News7 Bureau | September 17, 2018 IST

ପୁରୀ ୧୭|୯: ପୁରୀ ସମୁଦ୍ରକୂଳରୁ ମିଳିଥିବା ନରକଙ୍କାଳର ଡିଏନଏ ଟେଷ୍ଟ ହେବ । ହେଲେ ତା’ ପୂର୍ବରୁ ଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ରୁ ଏ ନେଇ କିଛିଟା ସୁରାକ୍ ମିଳିବ ବୋଲି ଆଶା କରାଯାଉଛି । ମିଳିଥିବା ନରକଙ୍କାଳଟି ଭୁବନେଶ୍ବରର ଜଣେ ଯୁବକ ମାନସ ଦାସଙ୍କର ବୋଲି ତାଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ ମଧ୍ୟ ଡିଏନ୍‌ଏ ଟେଷ୍ଟ ନଆସିଲେ ପୋଲିସ କିଛି କରିପାରିବନି । ନରକଙ୍କାଳ ଦେହରେ ପାଉଁସିଆ ରଙ୍ଗର ପ୍ୟାଣ୍ଟ୍ । କଳାରଙ୍ଗର ବେଲଟ୍ ଦେଖି କଙ୍କାଳଟି ଭୁବନେଶ୍ବରର ମାନସ ଦାସଙ୍କର ବୋଲି ପରିବାର ଲୋକେ ଗତକାଲି ଚିହ୍ନଟ କରିଥିଲେ । ହେଲେ ଅସଲ ପରିଚୟ ଜାଣିବାକୁ ପୋଲିସ ଅପେକ୍ଷା କରିଛି ଫରେନ୍ସିକ୍ ଲ୍ୟାବ୍ ଟେଷ୍ଟ ରିପୋର୍ଟକୁ । ବେଳାଭୂମିରୁ ମିଳିଥିବା ଏକ ମୋବାଇଲ ସମ୍ପର୍କରେ ତନାଘନା କରିବାକୁ ଯାଇ ଏହି ନରକଙ୍କାଳ ପାଖରେ ପହଞ୍ଚିଥିଲା ପୋଲିସ । ମାନସଙ୍କ ପରିବାରର ସୂଚନା ଅନୁସାରେ ଗଲା ୨୭ ତାରିଖରେ ପାରିବାରିକ ଅଶାନ୍ତି ଯୋଗୁଁ ମାନସ ଘରୁ ବାହାରି ଯାଇଥିଲେ । ୩ଦିନ ଧରି ପୁରୀର ଏକ ଲଜରେ ରହିଥିଲେ । ତାଙ୍କ ପାଖରେ ଥିବା ମୋବାଇଲ ବନ୍ଦ ରହିଥିଲା ।ତେବେତେ ତେବେ ମାନସକୁ କେହି ମାରି ପୁରୀ ସମୁଦ୍ରକୂଳରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ହେଲେ ପ୍ରକୃତରେ ମିଳିଥିବା ନରକଙ୍କାଳ ମାସନ ଦାସଙ୍କ କି ନୁହେଁ ତାହା ଡିଏନଏ ଟେଷ୍ଟ ପରେ ହିଁ ସ୍ପଷ୍ଟ ହୋଇପାରିବ । ୨୭ରୁ ଘର ଛାଡ଼ି ଆସିଥିବା ମାନସଙ୍କ ସମ୍ପର୍କରେ ମଞ୍ଚେଶ୍ବର ଥାନାରେ ଏକ ମିସିଂ ରିପୋର୍ଟ ଦିଆଯାଇଥିଲା । ଏନେଇ ତଦନ୍ତ କରୁଥିଲା ପୋଲିସ । ତେବେ ମିଳିଥିବା ମୋବାଇଲରୁ ପୋଲିସକୁ ମିଳିଥିଲା ସୁରାକ୍ । ୭ତାରିଖ ପର୍ଯ୍ୟନ୍ତ ସେଇ ମୋବାଇଲରୁ ମାନସ ଘରଲୋକ ଏବଂ ସାଙ୍ଗସାଥୀଙ୍କ ସହ ଚାର୍ଟିଂ କରିଥିବା ଜଣାପଡ଼ିଥିଲା । ପରିବାର ଲୋକଙ୍କ ଦ୍ବାରା ନର କଙ୍କାଳ ଚିହ୍ନଟ ପରେ ଘଟଣାର ରହସ୍ୟ ଉପରୁ ପରଦା ଖୋଲିବା ପୋଲିସ ପାଇଁ ଚାଲେଂଜ ହୋଇପଡ଼ିଛି । ଏମିତିରେ ଏବେ ଅପେକ୍ଷା ଫୋରେନସିକ୍ ଲ୍ୟାବ୍ର ଟେଷ୍ଟ ରିପୋର୍ଟକୁ । ଦରକାର ପଡ଼ିଲେ କଙ୍କାଳ ଡିଏନଏ ଟେଷ୍ଟ ମଧ୍ୟ କରାଯିବ । ଥରେ କଙ୍କାଳଟି ମାନସ ଦାସଙ୍କର ବୋଲି ସ୍ପଷ୍ଟ ହେଲେ ପୁଣି ମୃତ୍ୟୁର କାରଣ ସହ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଖୋଜିବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.