Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସୀମାଞ୍ଚଳ ପରିଡାଙ୍କ ମୃତ୍ୟୁ ସ୍ପଷ୍ଟ ହେଲା : ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ଡିଏନଏ ରିପୋର୍ଟ, ହୋଇଛି ଦୁଇ ଜଣଙ୍କ ମୃତ୍ୟୁ

29/10/2020 at 2:49 PM

ଭୁବନେଶ୍ବର ୨୯।୧୦: ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ ଆସିଲା ମାଂସଖଣ୍ଡର ଡିଏନଏ ରିପୋର୍ଟ । ବିସ୍ଫୋରଣ ସ୍ଥାନରୁ ସଂଗୃହୀତ ମାଂସ ଖଣ୍ଡର ହୋଇଥିଲା ଡିଏନଏ ଟେଷ୍ଟ । ଡିଏନଏ ରିପୋର୍ଟର ହସ୍ତଗତ ହୋଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

ଘଟଣାରେ ନିରୁଦ୍ଦିଷ୍ଟ ଥିବା ସୀମାଞ୍ଚଳ ପରିଡାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର । ଏନେଇ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୋଲିସ କମିଶନର । ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇ ଦିଆଯାଇଛି । ଫଳରେ ତାଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମିଳିପାରିବ ।

ଘଟଣାରେ ସୀମାଞ୍ଚଳ ପରିଡାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଡିଏନଏ ରିପୋର୍ଟରେ ସୂଚନା ଦିଆଯାଇନାହିଁ । ଘଟଣାର ତଦନ୍ତ ଚାଲିଛି । ଶୁବ୍ ଶୀଘ୍ର ଏ ନେଇ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣା ପରେ ସୀମାଞ୍ଚଳଙ୍କ ପରିବାର ଲୋକ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଥିଲେ । ଏହାପରେ ସୀମାଞ୍ଚଳ ପରିଡାଙ୍କ ପରିବାରଲୋକଙ୍କର ମଧ୍ୟ ଡିଏନଏ ଟେଷ୍ଟ ହୋଇଥିଲା ।

   Related Posts