Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଷ୍କର୍ମ ପୀଡିତା ଆବିଷ୍କାର କଲେ ‘ଡିଏନଏ ରେପ କିଟ୍’: ତୁରନ୍ତ ମିଳିବ ଅକାଟ୍ୟ ପ୍ରମାଣ, ଆଉ ଖସିପାରିବେନି ଦୁଷ୍କର୍ମକାରୀ

24/08/2019 at 6:38 PM

ନାଇରୋବୀ :  ପ୍ରମାଣ ଅଭାବରୁ ଆଇନ ଆଖିରେ ଆଉ ଧୂଳି ଦେଇପାରିବେନି ଦୁଷ୍କର୍ମକାରୀ। ଏକଦା ଦୁଷ୍କର୍ମର ଶିକାର ହୋଇଥିବା ଆଫ୍ରିକୀୟ ମହିଳା ବିକଶିତ କରିଛନ୍ତି ଏଭଳି ଏକ ‘ରେପ୍ କିଟ୍’ ଯାହା ମହିଳାଙ୍କୁ ଦୁଷ୍କର୍ମରୁ ରକ୍ଷା କରିନପାରିଲେ ମଧ୍ୟ ଦୁଷ୍କର୍ମକାରୀଙ୍କ ବିସ୍ତୃତ ପ୍ରମାଣ ସଂଗ୍ରହ କରିବାରେ ସହାୟତା କରିବ। ଯାହାଫଳରେ ଅଭିଯୁକ୍ତଙ୍କୁ ଆଇନରେ ଦଣ୍ଡିତା କରିବା ଏବେ ସହଜ ହେବ। କେନିୟ ଯୁବତୀ ୱାଙ୍ଗୁ କାଞ୍ଜାଙ୍କ ଉଦଭାବିତ ଏହି ଯନ୍ତ୍ରକୁ ସେ ଦକ୍ଷିଣ ଜର୍ମାନରେ ଅନୁଷ୍ଠିତ ହେଉଥିବା ‘ରିଲିଜିୟନ ଫର ପିସ୍’ ର ୧୦ମ ବିଶ୍ୱସଂସଦରେ ଉପସ୍ଥାପିତ କରିଛନ୍ତି।

କାଞ୍ଜାଙ୍କ ଏହି କିଟ୍ ମହିଳାମାନଙ୍କୁ ଅପରାଧୀଙ୍କ ଡିଏନଏ ସଂଗ୍ରହ କରିବାରେ ସହାୟତା କରିବ। ଏପରିକି ହସ୍ପିଟାଲ ନଥିବା ସ୍ଥାନରେ ବି ମହିଳା ଯଦି ଦୁଷ୍କର୍ମର ଶିକାର ହୁଅନ୍ତି କିଟ୍ ଦ୍ୱାରା ଅପରାଧୀଙ୍କ ସମସ୍ତ ପ୍ରମାଣ ସଂଗ୍ରହ କରିହେବ, ଯାହା କୋର୍ଟରେ ଅପରାଧୀଙ୍କ ଅପରାଧ ପ୍ରମାଣିତ କରିବାରେ ଶତ ପ୍ରତିଶତ ସଫଳ ହେବ। ଫଳରେ ବିଶ୍ୱରେ ମହିଳାଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ହାର ଅନ୍ତତଃ ହ୍ରାସ ହେବ ବୋଲି କାଞ୍ଜାଙ୍କ ସହ ଏହି କିଟ୍ ଲାଗି ପ୍ରକଳ୍ପରେ କାର୍ଯ୍ୟ କରୁଥିବା କ୍ରିମିନୋଲଜିଷ୍ଟ ଲିସା ସ୍ମିଥ କହିଛନ୍ତି।

ବୃହତ୍ତର ବିଶ୍ୱ ଏବେ ଅସ୍ଥିରତାର ଶିକାର ହୋଇଛି। ତେବେ ଏଥିରେ ସବୁଠାରୁ ଅଧିକ ନିର୍ଜାତିତ ହେଉଛନ୍ତି ମହିଳା। ରାଜନୈତିକ ହେଉ ଅଥବା ସାମାଜିକ ଅସ୍ଥିରତାରେ ସର୍ବଦା ମହିଳାହିଁ ଅଧିକ ଟାର୍ଗେଟ ହେଉଛନ୍ତି। ଆମେରିକା ସରକାରଙ୍କ ଅନ୍ତର୍ଜାତୀୟ ବିକାଶ ସଂସ୍ଥାଙ୍କ ଏକ ଆକଳନରୁ କେନ୍ୟାରେ ପ୍ରତି ୭ ଜଣରେ ଜଣେ ମହିଳା ତାଙ୍କ ଜୀବନକାଳରେ ନିଶ୍ଟିତ ଥରଟିଏ ବି ହେଲେ ଯୌନ ଅପରାଧର ନିଶ୍ଟିତ ଶିକାର ହୋଇଥିବା ରିପୋର୍ଟରେ ପ୍ରକାଶ କରିଛନ୍ତି। ଏହାଛଡା ବିଦ୍ରୋହୀମାନେ ଦୁଷ୍କର୍ମକୁ ସେମାନଙ୍କ ଷ୍ଟ୍ରାଟେଜିକ ୱିପନ ଭାବେ ବ୍ୟବହାର କରୁଥିବା ସିରିଆ, ଲିବ୍ୟା, ଇରାକ୍ ଆଦି ସ୍ଥାନରେ ଦେଖାଯାଇଛି। ଏଥିରେ ଏହି କିଟ୍ ଏବେ ଅପରାଧ ପ୍ରମାଣରେ ବେଶ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି।  

   Related Posts