Wednesday, September 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ନେଇ ଆସନ୍ତା ଅଗଷ୍ଟ ୨୨ ତାରିଖରେ ବିରୋଧ ପ୍ରଦର୍ଶନ କରିବ ଏହି ଦଳ…

ନୂଆଦିଲ୍ଲୀ୧୯|୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପ୍ରସଙ୍ଗକୁ ନେଇ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଦିଲ୍ଲୀ ଜନ୍ତର ମନ୍ତରଠାରେ ଡିଏମକେ ପାର୍ଟି ବିରୋଧ ପ୍ରଦର୍ଶନ କରିବ ବୋଲି ସୂଚନା ମିଳିଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ସମ୍ପୂର୍ଣ୍ଣ ଭୁଲ ସେଥିପାଇଁ ସେ ବିରୋଧ ପ୍ରଦର୍ଶନ କରିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାର ମୋହର ମାରି ସାରିଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ ହୋଇସାରିଛି ବୋଲି କେନ୍ଦ୍ର ସରକାର ପକ୍ଷରୁ ସୋମବାର ଦିନ ସଂସଦରେ ସୂଚନା ଦିଆଯାଇଛି। ଗୃହମନ୍ତ୍ରୀ ଅମିତ ଶାହ ପ୍ରଥମେ ସଂସଦ ଓ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ହଟିବା ପରେ ରାଜନୈତିକ ମହଲରେ ହଙ୍ଗମା ସୃଷ୍ଟି ହୋଇଛି। ଅଧିଂକାଶ ରାଜନୈତିକ ଦଳ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି। ଏହା ସମ୍ବିଧାନର ନିୟମ ବିରୋଧ କହି କିଛି ରାଜନୈତିକ ଦଳ କେନ୍ଦ୍ର ସରକାର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ହଟିବା ପ୍ରସଙ୍ଗରେ ଦିଲ୍ଳୀ ଜନ୍ତର ମନ୍ତରଠାରେ ଡିଏମକେ ପାର୍ଟି ଆସନ୍ତା ଅଗଷ୍ଟ ୨୨ ତାରିଖରେ ବିରୋଧ ପ୍ରଦର୍ଶନ ଦେବା ନେଇ ସୂଚନା ମିଳିଛି।

690 Views

   ସମ୍ବନ୍ଧିତ ଖବର