କହିଲେ , କ୍ଷମା ମାଗିଲେ : DMK ସାଂସଦଙ୍କ ବିବାଦୀୟ ବୟାନ, ଟିଭି ଚ୍ୟାନେଲ୍‌ "ବମ୍ବେର ରେଡ୍‌ ଲାଇଟ୍ ଏରିଆ"

Published By : Prameya-News7 Bureau | February 18, 2020 IST

ନୂଆଦିଲ୍ଲୀ ୧୮।୦୨: ତାମିଲନାଡୁର ଡିଏମ୍‌କେ ସାଂସଦଙ୍କ ବିବାଦୀୟ ବୟାନ । ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ସାଂସଦ ଆର୍.ଏସ୍ ଭାରତୀ ପୁଣି ଥରେ ବିବାଦରେ । କିନ୍ତୁ ଏଥରକ ବିବାଦରେ ଛନ୍ଦି ହୋଇ କ୍ଷମା ପ୍ରାର୍ଥନା କରିଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ମତ ଏବଂ ତାଙ୍କ ମତ ସହ ପାର୍ଟିର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ।

ଡିଏମ୍‌କେ ସାଂସଦ ଆର୍‌.ଏସ୍‌ ଭାରତୀ  ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକଙ୍କୁ “ମୁମ୍ବାଇ ରେଡ୍‌ ଲାଇଟ୍‌ ଏରିଆ” (ବେଶ୍ୟାଳୟ) ସହ ତୁଳନା କରିଥିଲେ ।  ରାଜନୈତିକ ପରାମର୍ଶଦାତା ପ୍ରଶାନ୍ତ କିଶୋର ଡିଏମ୍‌କେ ପାର୍ଟିକୁ ଆସନ୍ତା ନିର୍ବାଚନରେ ସହଯୋଗ କରିବା ନେଇ ପାର୍ଟି ଅଧ୍ୟକ୍ଷଙ୍କ କଥା ହୋଇଛନ୍ତି  । ଯାହାକୁ ନେଇ ଗଣମାଧ୍ୟମରେ  ଖୁବ୍ ଚର୍ଚ୍ଚା ହୋଇଥିଲା ।

ଏହାକୁ ନେଇ ସାଂସଦ ଭାରତୀ କଟାକ୍ଷ କରି କହିଥିଲେ ଯେ, ପ୍ରଶାନ୍ତ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେଜ୍ରିଓ୍ବାଲଙ୍କୁ ନିର୍ବାଚନରେ ବିଜୟ ପାଇଁ ରଣନୀତ ପ୍ରସ୍ତୁତ କରିଥିଲେ । ସେତେବେଳେ କୌଣସି ଗଣମାଧ୍ୟମ ପ୍ରଶାନ୍ତ କିଶୋରଙ୍କ ବିଷୟରେ ଚର୍ଚ୍ଚା କରି ନଥିଲା । କିନ୍ତୁ ଏବେ ଡିଏମ୍‌କେ ପାର୍ଟିକୁ ଆସନ୍ତା ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ସଂଗଠନ ସହଯୋଗ କରିବ ବୋଲ କଥା ହୋଇଛନ୍ତି । ହଠାତ୍ ଏହି ସମୟରେ ପ୍ରଶାନ୍ତ କିଶୋରଙ୍କ ବିଷୟରେ ମିଡିଆରେ ଚର୍ଚ୍ଚା ହେଉଛି । ଏହି ସବୁ ଗଣମାଧ୍ୟମକୁ  “ମୁମ୍ବାଇ ରେଡ୍‌ ଲାଇଟ୍‌ ଏରିଆ” (ବେଶ୍ୟାଳୟ) ସହିତ ତୁଳନା କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଥିଲା ।

ବିବାଦ ବଢିବାର ଦେଖି ପାର୍ଟିରୁ ସାଂସଦଙ୍କ ଉପରେ ଚାପ ପଡିଥିଲା ବୋଲି ସୂଚନା ରହିଛି । ବିବାଦୀୟ ବୟାନକୁ ନେଇ କ୍ଷମା ପ୍ରାର୍ଥନା କରିବା ପରେ ଏହା ତାଙ୍କ ବ୍ୟକ୍ତିଗତ ମତ ବୋଲି କହିଥିଲେ । ତାଙ୍କ ମତ ସହ ପାର୍ଟିର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି । କିନ୍ତୁ ଯାହା ସୂଚନା ରହିଛି ଭାରତୀଙ୍କ ବୟାନକୁ ନେଇ ପାର୍ଟି ଖପ୍ପା ଅଛି । ତାଙ୍କ ବିରୋଧରେ ପାର୍ଟିର ଅନୁଶାସନ କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.