ଆଜି ଡିଏମକେରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
28/08/2018 at 1:06 AM

ନୂଆ ଦିଲ୍ଲୀ ୨୮/୮: ଆଜି ଡିଏମକେରେ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦଳର ମଙ୍ଗ କିଏ ଧରିବ ସେନେଇ ହେବ ନିର୍ବାଚନ। ନିର୍ବାଚନର ମଇଦାନରେ ଦୁଇଭାଇ ଏମକେ ଆଲାଗିରି ଏବଂ ଏମକେ ଷ୍ଟାଲିନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବଦ୍ବିତା କରୁଛନ୍ତି। ପାର୍ଟି ସମର୍ଥକ କେଉଁ ପଟକୁ ଢଳିବେ ତାରି ଉପରେ ରହିବ ସମସ୍ତଙ୍କ ନଜର। ଅଗଷ୍ଟ ୭ରେ ପାର୍ଟି ସୁପ୍ରିମୋ ଏମ କରୁଣାନିଧିଙ୍କ ନିଧନ ପରେ ଦଳର ସଭାପତି ପଦ ଖାଲି ରହିଛି। ଏବେ ଏମକେ ଷ୍ଚାଲିନ ଦଳର ଅସ୍ଥାୟୀ ସଭାପତି ଅଛନ୍ତି। ସେପଟେ ଦଳବିରୋଧୀ ଓ ବିଶୃଙ୍ଖଳ ଆଚରଣ ପାଇଁ ଏମକେ ଆଲାଗିରିଙ୍କୁ ୨୦୧୪ ରାଜନୈତିକ କାର୍ଯ୍ୟକ୍ରମରୁ ଆଲାଗିରିଙ୍କୁ ବହିଷ୍କାର କରାଯାଇଛି। ଗତ ରବିବାରରେ ଏମକେ ଷ୍ଟାଲିନ ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ।