Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ପୋଷ୍ଟ କୋଭିଡ୍ ଲକ୍ଷଣ ଦେଖାଦେଲେ ପରୀକ୍ଷା କରାଇନେବାକୁ ପରାମର୍ଶ ଦେଲେ ଡିଏମଇଟି

14/06/2021 at 1:04 PM

ଭୁବନେଶ୍ବର ୧୪।୬: ପୋଷ୍ଟ କୋଭିଡ୍ କମ୍ପ୍ଲିକେସି ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, କୋଭିଡ୍ ପରେ ବହୁତ ରୋଗୀମାନଙ୍କ ନିକଟରେ ଦୁର୍ବଳତା, ଭୋକ ନ ହେବା, ବେଳେ ବେଳେ ଅଣନିଶ୍ବାସୀ ଲାଗିବା, ଚାଲିଲେ ଧାଇଁସଇଁ ହେବା ପରି ଲକ୍ଷଣ ରହୁଛି । କିଛି ଲକ୍ଷଣ ଫିଜିକାଲ ଓ କିଛି ସାଇକୋଲୋଜିକାଲ ଲକ୍ଷଣ ବି ରହୁଛି । ଯଦି କାହାର ଏମିତି ଲକ୍ଷଣ ଦେଖାଯାଉଛି ତେବେ ସେମାନେ ଡାକ୍ତରଖାନା ଆସନ୍ତୁ ଓ ନିଜକୁ ପରୀକ୍ଷା କରାଇ ନିଅନ୍ତୁ ।

ସବୁଠୁ ବଡ଼ କଥା ହେଉଛି ଲୋକମାନେ ମାନସିକ ସ୍ତରରେ ଆଶ୍ବସ୍ତ ରୁହନ୍ତୁ ଯେ ତାଙ୍କ ପଛରେ ସରକାରୀ କଳ ଓ ସ୍ବାସ୍ଥ୍ୟ ବିଭାଗ ରହିଛି । ସେମାନଙ୍କୁ ଆବଶ୍ୟକ ପଡ଼ିଲେ ଡ଼ାକ୍ତରୀ ଚିକିତ୍ସା ଦେବାରେ କୌଣସି ଅସୁବିଧା ନାହିଁ । ତେଣୁ ମାନସିକ ସ୍ତରରେ ନିଜକୁ ପ୍ରସ୍ତୁତ ରଖିବା ସହ ପୁରୁଣା ଜୀବନଶୈଳୀକୁ ଫେରିବାକୁ ଲୋକମାନେ ଚେଷ୍ଟା କରନ୍ତୁ ବୋଲି ଡ଼ିଏମଇଟି କହିଛନ୍ତି।

   Related Posts