Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବିଦେଶ ଫେରନ୍ତାଙ୍କ RTPCR ଟେଷ୍ଟ, ନେଗେଟିଭ୍ ବାହାରିଲେ ବି ୭ଦିନ ଆଇସୋଲେସନ : DMET

30/11/2021 at 4:45 PM

ଭୁବନେଶ୍ବର ୩୦୧୧: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସହ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ରମା ରମଣ ମହାନ୍ତି । ସେ କହିଛନ୍ତି, ଯେଉଁମାନେ ଓମିକ୍ରନ ସଂକ୍ରମିତ ଦେଶରୁ ଆସିଛନ୍ତି ସେମାନଙ୍କ ଆରଟିପିସିଆର ଟେଷ୍ଟ ହେବ । ଯେଉଁମାନେ ନେଗେଟିଭ ବାହାରିବେ ତାଙ୍କୁ ୭ଦିନ ଆଇସୋଲେସନରେ ରଖାଯିବ । ୭ ଦିନ ପରେ ଆରଟିପିସିଆର ଟେଷ୍ଟ କରାଯିବ । ଯେଉଁମାନେ ପଜିଟିଭ ବାହାରିଥିବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇ ଚିକିତ୍ସା କରାଯିବ ।

ଫୋକାଲ ପଏଣ୍ଟରେ କେଶ ବଢୁଛି । ସେହି କେଶ ଗୁଡ଼ିକର ଟେଷ୍ଟିଂ ହେଉ । ତାର ଜିନମ ସିକ୍ୟୁଏନ୍ସ କରାଯିବ । ଯେଉଁଠି ଅଧିକ କେଶ ବଢୁଥିବ କ୍ଲଷ୍ଟର କରାଯାଇ ଟେଷ୍ଟିଂ କରାଯିବ । ପ୍ରଥମ ଦ୍ବିତୀୟ ଲହରରେ ଯେଉଁ ସ୍ବାସ୍ଥ୍ୟ ଭିତ୍ତିଭୂମି ଥିଲା ତାକୁ ସୁଦୄଢ଼ କରିବା ପାଇଁ ରେଗୁଲାର ସାଇଣ୍ଟିଫିକ ଡାଟା ପବ୍ଲିକକୁ ଦିଆଯିବ । ଏୟାରପୋର୍ଟ ହେଉ କି ବର୍ଡର ହେଉ ଏଥିରେ କଡ଼ାକଡ଼ି ଚେକିଂ ହେବ । ଏୟାର ସୁବିଧା ପୋର୍ଟାଲରୁ ଯେଉଁମାନେ ଟ୍ରାନଜିଟ୍ ଦେଶ ଦେଇ ଆସୁଛନ୍ତି ସେ ତଥ୍ୟ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ସ୍ବାସ୍ଥ୍ୟ ସଚିବ କେନ୍ଦ୍ରକୁ ନିବେଦନ କରିଛନ୍ତି । ସେ ତଥ୍ୟ ଯୋଗାଇ ଦେଲେ ଭୁବନେଶ୍ବର ଏୟାରପୋର୍ଟରେ ଟ୍ରାକିଂ ପାଇଁ ସୁବିଧା ହେବ । ସୋମବାର ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି, ମୁମ୍ବାଇରୁ ଜଣେ ବେଙ୍ଗାଲୁରୁରୁ ଦୁଇ ଜଣ । ସେମାନଙ୍କ ଜିନମ ସିକ୍ୟୁଏନ୍ସ ପାଇଁ ପଠାଯାଇଛି । ଓଡ଼ିଶାକୁ କେହି ବିଦେଶରୁ ଆସିନାହାନ୍ତି । ନୀତି ଆୟୋଗ ଭିକେ ପଲ କହିଛନ୍ତି ମାସ୍କ ପିନ୍ଧନ୍ତୁ ସେଇଟା ଆମ ପାଇଁ କବଚ ହେବ ।

   Related Posts