Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ସ୍କୁଲ ଖୋଲିବା ପ୍ରସଙ୍ଗ : ଡିଏମଇଟି କହିଲେ- ‘ପିଲାଙ୍କ ଭବିଷ୍ୟତକୁ ନେଇ ଖେଳିହେବନି’

16/10/2021 at 11:04 AM

ଭୁବନେଶ୍ବର ୧୬।୧୦: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ ।  ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ ଖୋଲିଗଲାଣି । ତେଣୁ ଓଡିଶାରେ ପର୍ଯ୍ୟାୟକ୍ରମେ ଖୋଲୁଛି । ଆଗକୁ ଯଦି ନିୟମ ପାଳନ ଠିକରେ ନ ହୁଏ କିମ୍ବା କିଛି ସେପରି ପରିସ୍ଥିତି ଆସେ ତେବେ ପୁଣି ସ୍କୁଲ ବନ୍ଦ କରାଯିବ ବୋଲି ଡିଏମଇଟି କହିଛନ୍ତି ।

ସ୍କୁଲ ଖୋଲିବା ପରେ ଗଣଶିକ୍ଷା ବିଭାଗ, ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରିବେ । ସ୍କୁଲ ପିଲାଙ୍କର କ’ଣ ସବୁ ଲକ୍ଷଣ ଅଛି କି ନାହିଁ, ଶିକ୍ଷକମାନେ ଟିକା ନେଇଛନ୍ତି କି ନାହିଁ ଅନୁଧ୍ୟାନ କରାଯିବ । ଅଭିଭାବକମାନେ ମଧ୍ୟ ତୀକ୍ଷ୍ଣ ନଜର ରଖିବେ । ସ୍କୁଲ ପିଲାଙ୍କୁ ଟିକା ଦିଆଯାଇନାହିଁ । ଆଉ ଏବେ ସ୍କୁଲ ଖୋଲୁଛି । ତେଣୁ ବଡ଼ ଲୋକଙ୍କଠାରୁ ଛୁଆଙ୍କୁ କରୋନା ବ୍ୟାପିବାର ସମ୍ଭାବନା ଥାଏ, ତେଣୁ ସମସ୍ତଙ୍କୁ ସଚେତନ ହେବା ଜରୁରୀ । ସ୍କୁଲରେ ଶିକ୍ଷକ, ଅଭିଭାବକ ସମସ୍ତେ ଟିକା ନେଇଯିବା ଜରୁରୀ । ପିଲାମାନଙ୍କ ଭିତରେ ବାରମ୍ବାର ସଚେତନତା ବଢ଼େଇବା ଆବଶ୍ୟକ ବୋଲି ଡିଏମଇଟି କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଦୁର୍ଗାପୂଜା ପରେ ଅଷ୍ଟମ ଓ ଏକାଦଶ କ୍ଲାସ୍ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି ।  ଆସନ୍ତା ୨୧ ତାରିଖରୁ ଯୁକ୍ତ୨ ପ୍ରଥମ ବର୍ଷ  ଓ ୨୫  ତାରିଖଠାରୁ ଅଷ୍ଟମ ଶ୍ରେଣୀର କ୍ଲାସ୍ ଆରମ୍ଭ ହେବ ।  ଉଭୟ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହା ଲାଗୁ ହେବ। ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ୍ ସକାଳ ୯ଟାରୁ ସାଢ଼େ ୧୨ଟା ଯାଏଁ ଚାଲିବ । ସେହିଭଳି ଯୁକ୍ତ ଦୁଇ ପ୍ରଥମ ବର୍ଷ କ୍ଲାସ୍ ହେବ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଚାଲିବ।  ଅଫଲାଇନ୍ ମୋଡ୍ ସହିତ ଅନଲାଇନ ମୋଡରେ ମଧ୍ୟ କ୍ଲାସ୍ ଜାରି ରହିବ।  ଏଥିପାଇଁ କ୍ୟାମ୍ପସ ପ୍ରସ୍ତୁତ ରଖିବାକୁ ଡିଇଓମାନଙ୍କ ନିକଟକୁ ନିର୍ଦ୍ଦେଶ ଯିବ।

ସେହିପରି ପ୍ରଥମରୁ  ସପ୍ତମ ଶ୍ରେଣୀ ଯାଏଁ ଶ୍ରେଣୀ ଖୋଲିବା ନେଇ ଖୁବଶୀଘ୍ର  ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଦୀର୍ଘଦିନ ବ୍ୟବଧାନ ପରେ ଅଷ୍ଟମ ଓ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ  ଅଫଲାଇନ୍ ପାଠପଢା ଆରମ୍ଭ ହେଉଥିବାରୁ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

   Related Posts