ଆସିପାରେ ତୃତୀୟ ଲହର, ସତର୍କ ରହିବାକୁ ପରାମର୍ଶ ଦେଲେ DMET

Published By : Prameya-News7 Bureau | November 05, 2021 IST

ଭୁବନେଶ୍ବର ୫।୧୧: ସଂକ୍ରମଣ କମିଥିଲେ ବି ଢିଲା ହେବା ଉଚିତ ନୁହେଁ ।  ସମସ୍ତେ ସତର୍କ ରହିବା ଉଚିତ ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି ।  ସେ କହିଛନ୍ତି, କୋଭିଡ୍ ନିୟମ ମାନିବା ଉଚିତ । ବାହାର ଦେଶରେ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ବି ବଢୁଛି ।  ବଢିବାର ବିଭିନ୍ନ କାରଣ ହୋଇପାରେ ।  ସେ ଦୃଷ୍ଟିରୁ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ବେଡ଼, ଚିକିତ୍ସା ସୁବିଧା ସହ ଅକ୍ସିଜେନ୍ ମହଜୁଦ ରଖିଛନ୍ତି ।  ଦୁଇରୁ ତିନି ଦିନ ହେଲା ସମୀକ୍ଷା କରାଯାଉଛି ।

ପୂର୍ବରୁ ଡେଲ୍ଟା ଭାଇରସ୍ ମୁକାବିଲା ନେଇ ଅଭିଜ୍ଞତା ଅଛି । ତେଣୁ ଜନସାଧାରଣ ଭୟଭୀତ ହେବାର କାରଣ ନାହିଁ । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଆସୁଛି । କିନ୍ତୁ ଖାମଖିଆଲି ହେବା କଥା ନୁହେଁ ।  ଆଶ୍ବସ୍ତିକର ରହିଛି ବର୍ତ୍ତମାନର ସଂକ୍ରମଣ । କିନ୍ତୁ ସାବଧାନ ରହିବା ଉଚିତ । ତୃତୀୟ ଲହର ଆସିପାରେ ।  ସମ୍ଭାବ୍ୟ ଦୃଷ୍ଟିରୁ ସତର୍କ ରହିବା ଉଚିତ ଯାହା ଫଳରେ ପ୍ରତିହତ କରିପାରିବା ବୋଲି ଡିଏମଇଟି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.