Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କରୋନାର ନୂଆ ଭାରିଆଣ୍ଟ ‘AY 4.2’କୁ ନେଇ ଏମିତି କହିଲେ DMET

25/10/2021 at 1:30 PM

ଭୁବନେଶ୍ବର ୨୫।୧୦: କରୋନାର ନୂଆ ଭାରିଆଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, AY 4.2 ଡେଲଟା ଭାଇରସର ଉପପ୍ରଜାତି । ଏହା ଇନ୍ଦୋରରେ ୭ଟି ଏବଂ ମହାରାଷ୍ଟ୍ରରେ କିଛି ଚିହ୍ନଟ ହୋଇଛି। ସଂଖ୍ୟା ଦୄଷ୍ଟିରୁ ଦେଖିଲେ ଆଶଙ୍କା ସୄଷ୍ଟି କରିନାହିଁ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ ଷ୍ଟେଜ । କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କନସର୍ଣ୍ଣ ଷ୍ଟେଜ୍ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନ ୟୁ.କେ. ବୋଲି ଘୋଷଣା କରିଛି। ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି ।  

ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । ବ୍ୟସ୍ତ ହେବାର ସମୟ ଆସିନି। ଡ଼ବ୍ଲୁଏଚଓ ଏବଂ ୟୁକେ ଏଜେନ୍ସି ସବୁ କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ। ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣାପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି ତଦନ୍ତ ସାପେକ୍ଷ । କେତେ ଦୂର ଏହାକୁ ଭ୍ୟାକ୍ସିନ ପ୍ରତିରୋଧ କରିବ ସେ କଥା ବି ଡ଼ବ୍ଲୁଏଚଓ କହିନାହିଁ। ଭାରିଆଣ୍ଟ ଅଫ୍ ଇନଭେଷ୍ଟିଗେସନ୍ ଅଛି, ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ।

ଡେଲଟା ଭାଇରସର ୫୫ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି । ଜେନୋମିକ୍ ଷ୍ଟଡି ଚାଲିଛି । ନୂଆ ଭାଇରସ୍ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ। ପରୀକ୍ଷା ନୀରିକ୍ଷା ଚାଲିଛି । ବୁଷ୍ଟର ଡୋଜ୍ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଉଛି । ଭାରତର ଟିକାନୀତିରେ ବର୍ତ୍ତମାନ ଯାଏଁ ବୁଷ୍ଟର ଡୋଜକୁ ଅନୁମତି ମିଳିନାହିଁ ବୋଲି ଡିଏମଇଟି କହିଛନ୍ତି ।

   Related Posts