ନକଲି ଔଷଧ ବେପାର ନୂଆ ନୁହେଁ, ସରକାର ସଚେତନ ଅଛନ୍ତି : ଡିଏମଇଟି

Published By : Prameya-News7 Bureau | June 14, 2021 IST

ଭୁବନେଶ୍ବର ୧୪।୬: କରୋନାର ନକଲି ଔଷଧ ବିତରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ନକଲି ଔଷଧ ବେପାର ନୂଆ ନୁହେଁ । ସେଥିପାଇଁ ପୂର୍ବରୁ ମଧ୍ୟ ଆଇନ ଅଛି । ପରିସ୍ଥିତି ଆସିଲେ ମୁନାଫାଖୋର ବ୍ୟବସାୟୀ ଏମିତି କରନ୍ତି । ସରକାର ସଚେତନ ଅଛନ୍ତି । ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ ECMO ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ଟେଣ୍ଡର ପ୍ରକ୍ରିୟା ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି । ମାନବସମ୍ବଳ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । AIIMS ନଭେମ୍ବରରୁ ପ୍ରକ୍ରିୟା ଆରମ୍ଭ କରି ଏପର୍ଯ୍ୟନ୍ତ କରିପାରିନାହାନ୍ତି । କମ୍ପାନୀ ଯେତେ ଶୀଘ୍ର ଦେବ ଆମେ କାର୍ଯ୍ୟକ୍ଷମ କରିବୁ ।

ସଂକ୍ରମଣ ହାର ବା TPR ସବୁବେଳେ ପରିବର୍ତ୍ତନ ହେଉଛି । କେତେବେଳେ ବଢୁଛି ପୁଣି କେତେବେଳେ କମୁଛି । ଘର ଭିତରେ ଅଧିକ ଲୋକ ରହିଲେ ମଧ୍ୟ ମାସ୍କ ପିନ୍ଧନ୍ତୁ । ଅଯଥା ଗହଳିକୁ ଯାଆନ୍ତୁ ନାହିଁ, ଯଦି ଯାଉଛନ୍ତି ମାସ୍କ ପିନ୍ଧନ୍ତୁ । ହାତ ଧୁଅନ୍ତୁ ।  କୋଭିଡ୍ କଟକଣା ଭିତରେ ରଜ ପାଳନ କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.