Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଆଗକୁ ତୃତୀୟ ଲହର ଆଶଙ୍କା : ଓଡିଶା ସରକାର ପ୍ରସ୍ତୁତି ଜୋରଦାର, ରୋକିବା ପାଇଁ ନିଆଯାଉଛି ସମସ୍ତ ପଦକ୍ଷେପ

18/06/2021 at 11:19 AM

ଭୁବନେଶ୍ୱର ୧୮।୦୬: ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ଡିଏମଇଟି କହିଛନ୍ତି ଯେ,  ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା । ବର୍ତ୍ତମାନ ସମୟରେ ତୃତୀୟ ଲହର ଏକ ଆକଳନ ମାତ୍ର । ତା ଅର୍ଥ ଓଡ଼ିଶାକୁ ଆସିବନି ବୋଲି କୁହାଯାଇପାରିବନି । ତୃତୀୟ ଲହର ରୋକିବାକୁ ରାଜ୍ୟ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି । କୋଭିଡ ନିୟମ ମାନିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଉଛି । ଟୀକାକରଣକୁ ଜୋରଦାର କରାଯାଇଛି । ଅଧିକ ଲୋକ ସଂକ୍ରମଣ ଆଶଙ୍କାରେ ଭିତ୍ତିଭୂମି ବୃଦ୍ଧିକୁ ଗୁରୁତ୍ୱ ଦିଆଯାଉଛି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବଢ଼ିବା ନେଇ DMET କହିଛନ୍ତି ଯେ, କୌଣସି ଜିନିଷ ନିର୍ଦିଷ୍ଟ ନୁହେଁ । ସବୁ ରୋଗରେ ଏଭଳି ଟ୍ରେଣ୍ଡ ଦେଖାଯାଏ । ସଂକ୍ରମଣ ଏମିତି କମ୍ ବେଶି ହୋଇଥାଏ । ତଥାପି ଆମେ କହିପାରିବା, ଦିନକୁ ଦିନ ସଂକ୍ରମଣ ତଳକୁ ଖସୁଛି । ଡେଲ୍ଟା ଭାରିଏଣ୍ଟ ଦେଶରେ ବହୁତ କମ ଦେଖିବାକୁ ମିଳିଛି । ସାଧାରଣତଃ ଶିଶୁମାନେ ପ୍ରାୟତଃ କମ ସଂକ୍ରମିତ ହୋଇଥାନ୍ତି । ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ।

   Related Posts