ଏବେ ଯାଏଁ ୩ୟ ଲହରର ଚିତ୍ର ଅସ୍ପଷ୍ଟ, ସ୍ଥିତି ଦେଖି ଅନ୍‌ଲକ୍‌ ନିଷ୍ପତ୍ତି

Published By : Prameya-News7 Bureau | July 26, 2021 IST

ଭୁବନେଶ୍ୱର ୨୬।୦୭: ରାଜ୍ୟରେ କରୋନା ୨ୟ ଲହରରେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ । କେବେ ଆସିବ , ତାର କଣ ପ୍ରଭାବ ରହିବ ସେ ନେଇ ଵିଶେଷ ସୂଚନା ନାହିଁ ବୋଲି କହିଛନ୍ତି ଡିଏମ୍‌ଟି ସିବିକେ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହୁଛି । ତାହା ୧୬ଶହ ରୁ ୨ହଜାର ଭିତରେ, ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଯାଇଛି । ତେବେ  କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ମହାମାରୀ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର । ଏହି ମହାମାରୀ ଶେଷ ହେବା ପରେ ଡେଥ ସଂଖ୍ୟାର ହିସାବ ଦିଆଯାଇଥାଏ । ବିଭିନ୍ନ ରାଜ୍ୟରେ ମଧ୍ୟ ଏହି ପଦ୍ଧତିକୁ ଆପଣେଇଛନ୍ତି । ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡ଼ ଲାଇନ ଅନୁପାଳକୁ ଦେଖି ନିଷ୍ପତ୍ତି ନେବୁ । ସମସ୍ତଙ୍କୁ ସତର୍କତା ସହ କୋଭିଡ଼ ନିୟମ ମାନିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.