ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବେ ରାଜ୍ୟ ସରକାର, କୋଭିଡ଼ ମୃତକଙ୍କ ପରିବାରକୁ ମିଳିବ ୫୦ହଜାର

Published By : Prameya-News7 Bureau | September 28, 2021 IST

ଭୁବନେଶ୍ୱର ୨୮।୦୯: କୋଭିଡ ମୃତ୍ୟୁକଙ୍କ ପରିବାରକୁ ସହାୟତା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବେ ରାଜ୍ୟ ସରକାର । ସଂକ୍ରମିତ ହେବାର ମାସେ ମଧ୍ୟରେ ମୃତ୍ୟୁ ବରଣ କରିଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଏସଓପି ଜାରି କରିବେ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ରହିଛି । ସେ ଦୃଷ୍ଟିରୁ ରାଜ୍ୟର କୋଭିଡ ମୃତ୍ୟୁ ସଂଖ୍ୟାରେ ଏ ସବୁକୁ ମିଶ୍ରଣ କରାଯିବ । ଫଳରେ ରାଜ୍ୟର ମୋଟ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ିବ । ନିୟମ ଅନୁସାରେ କୋଭିଡ ମୃତ୍ୟୁର ପୁନଃ ଅଡ଼ିଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ନିର୍ଦେଶ ରହିଛି । ତାହାକୁ ଆମେ ଅନୁପାଳନ କରିବୁ । ଏହି କ୍ରାଇଟେରିଆ ଭିତରେ ଯେଉଁ ମାନେ ରହିଛନ୍ତି  । ସେମାନେ ଆବେଦନ କରି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.