ଖୋର୍ଦ୍ଧା ଓ କଟକରେ ଅନ୍‌ଲକ୍‌ ସମ୍ଭାବନା କମ୍‌- DMET

Published By : Prameya-News7 Bureau | July 29, 2021 IST

ଭୁବନେଶ୍ୱର ୨୯।୦୭: ରାଜ୍ୟରେ କରୋନା ସଂକ୍ରମଣ କମିଛି । କିନ୍ତୁ ଯେତେ ପରିମାଣର ଆଶା କରାଯାଉଥିଲା , ସେତେ ପରିମାଣରେ କମିନି ସଂକ୍ରମଣ ।  ଓଡିଶାରେ ଏବଂ ୧୬ଶହରୁ ୧୭ଶହରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଖାସ୍‌ କରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ତଳକୁ ଆସୁନି । ତେଣୁ ଏଠାରେ ସଂପୂର୍ଣ୍ଣ କରିବାର ସମ୍ଭାବନା କମ୍‌ ରହୁଛି । ସ୍ଥିତି, ସମୟ, ସଂକ୍ରମଣର ପରିସ୍ଥିତିକୁ ଅନୁଧ୍ୟାନ କରି ଅନଲକ୍‌ ନିଷ୍ପତ୍ତି ନିଆଯିବା ବୋଲି ଡିଏମ୍‌ଟି ସିବିକେ ମହାନ୍ତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାର ଯେଉଁ ୫ଟି ରାଜ୍ୟରେ ସଂକ୍ରମଣ ରହୁଛି । ସେଥିରେ ଆମେ ଥିଲେ ବି ଆମ ରାଜ୍ୟରୁ ହାରାହାରି ୧୮ ଶହ ଦୈନିକ ସଂକ୍ରମଣ ରହୁଛି । ଜାତୀୟ ହାରରେ ଆମ ସଂଖ୍ୟା ନଗଣ୍ୟ, ୧୦ ପ୍ରତିଶତ ବି ନୁହେଁ ।  ରାଜ୍ୟ ସରକାରଙ୍କ ଦ୍ୱାର ଗଠିତ ହୋଇଥିବା ବିଶେଷଜ୍ଞ ଟିମ୍‌ ଯାହା କହିବ, ତାହା ନିଷ୍ପତ୍ତି ନିଆଯିବ । ସବୁ ନିଷ୍ପତ୍ତି ସ୍ଥାୟୀ ନୁହେଁ, ଆବଶ୍ୟକ ଦେଖି ଉଚିତ୍‌ ପଦକ୍ଷେପ ନିଆଯିବ ।

ଭୀମ୍‌ସାରକୁ ଇକ୍‌ମୋ ମେସିନ୍‌ ନମିଳିବା ପ୍ରସଙ୍ଗରେ ଡିଏମ୍‌ଟି କହିଛନ୍ତି ଯେ, ସେଠାରେ କାର୍ଡିଓଥୋରାସିସର ଭିତ୍ତିଭୂମି ନିର୍ମାଣଧୀନ ଅଛି । ସଂପୂର୍ଣ୍ଣ ହେଲେ, ସେବା ଆରମ୍ଭ କରାଯିବ । ରାଉରକେଲାରେ କିଛି ଦିନ ମଧ୍ୟରେ ଆରମ୍ଭ ହେବାର ରହିଛି । ଯେତେ ଶୀଘ୍ର ମାନବ ସମ୍ବଳ ଓ ଭିତ୍ତିଭୂମି ନିର୍ମାଣ ହେବ ସେତେ ଶୀଘ୍ର ଚିକିତ୍ସା ମିଳିବ ।  ସେହିପରି ଡେଙ୍ଗୁ ପ୍ରତିବର୍ଷ ଜୁଲାଇରୁ ଅକ୍ଟୋବର ମଧ୍ୟରେ ହୁଏ । ରାଜ୍ୟର ସମସ୍ତ ଡାକ୍ତରଖାନାରେ ଡେଙ୍ଗୁ ଚିକିତ୍ସା ପାଇଁ ତାଲିମ ପ୍ରାପ୍ତ । କେବଳ ଜନସଚେତନତା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.