କିଛି ଦେଶରେ କରୋନା ବଢିଛି, ଓଡ଼ିଶାରେ କିନ୍ତୁ ସ୍ଥିର ରହିଛି-DMET

Published By : Prameya-News7 Bureau | October 27, 2021 IST

ଭୁବନେଶ୍ୱର ୨୭।୧୦: ଗତ କିଛି ଦିନ ହେଲା ସଂକ୍ରମଣ ୪୦୦ୁ ୬୦୦ ଭିତରେ ରହୁଛି । ଡାବଲିଙ୍ଗ ଟାଇମ୍‌ କମିଲେ ସଂକ୍ରମଣ କମିବ । ତେବେ ସଂକ୍ରମଣ ବଢିବାରେ ୨ଟି ସୁତ୍ର ହୋଇପାରେ , ଯେପରି ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟିଏର ଭାରସର ଗୁଣ ସୁତ୍ର ପରିବର୍ତନ ହେବ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,   ପୃଥିବୀର କେତୋଟି ଦେଶରେ ସଂକ୍ରମଣ ବଢିଛି । ହେଲେ  ଓଡିଶାରେ ସଂକ୍ରମଣ ସ୍ଥିର ରହିଛି l ଯେ ପର୍ଯ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି । ସେ ପର୍ଯ୍ୟନ୍ତ କରୋନା ନିୟମକୁ କଡାକଡି ଭାବରେ ପାଳନ କରିବାକୁ ପଡିବ l ଟ୍ରାଭେଲ କ୍ଷେତ୍ରରେ ଯେହେତୁ ସେତେଟା କଟକଣା ନାହିଁ । ତେଣୁ ଏ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ l ଯେହେତୁ ଅନ୍ୟ ରାଜ୍ୟରେ ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ତେଣୁ ଓଡିଶାରେ ସର୍ଭିଲାନ୍ସକୁ ଆହୁରି ଅଧିକ କରିବାକୁ ପଡିବ l ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ l ଆମେ ସବୁ କ୍ଷେତ୍ର ପାଇଁ  ପ୍ରସ୍ତୁତ ଅଛୁ ଡିଏମ୍‌ଇଟି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.