ଭୁବନେଶ୍ୱର ଓ କଟକରେ କମୁନି ସଂକ୍ରମଣ, ରଖାଯାଇଛି ସ୍ୱତନ୍ତ୍ର ଫୋକସ୍‌

Published By : Prameya-News7 Bureau | August 04, 2021 IST

ଭୁବନେଶ୍ୱର ୦୪।୦୮: ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି । ଲକ୍ଷଣ ଥିବା ଲୋକଙ୍କୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଲୋକ ଗଳି ପଶି ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଉଛି ବୋଲି ଡିଏମ୍‌ଟି ସିବିକେ ମହାନ୍ତି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ପ୍ରତି ସପ୍ତାହରେ ଏସିଏସଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଟେଷ୍ଟିଂକୁ ନେଇ ରିଭ୍ୟୁ କରାଯାଉଛି । ପୂର୍ବ ସପ୍ତାହରେ କେତେ ଟେଷ୍ଟିଂ ହୋଇଛି । କଣ ସ୍ଥିତି ରହିଛି, ତାହାର ରିଭ୍ୟୁ କରାଯାଏ । ସ୍ଥିତିକୁ ସମୀକ୍ଷା କରିବା ପରେ ସମସ୍ତ ଜିଲ୍ଲାପାଳମାନଙ୍କୁ ଆରଟିପିସିଆର ଟେଷ୍ଟିଂ ବଢ଼ାଇବା ପାଇଁ  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମୁନଥିବାରୁ ଏହା ଉପରେ ସ୍ୱାସ୍ଥ୍ୟ ବିଭାଗ ଅଧିକ ଫୋକସ୍ କରୁଛି । ଲଗାତର ଭାବେ ଏହି ୨ଟି ସ୍ଥାନରେ ସର୍ଭେଲାନ୍ସ କରାଯାଉଛି । ଲଗାତର ଭାବେ ଲୋକଙ୍କୁ କରୋନା କଟକଣା ମାନିବାକୁ ଅନୁରୋଧ କରାଯାଉଛି । ଯଦି ଆମେ କରୋନା କଟକଣାକୁ ନମାନିବା, ତେବେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହୋଇପାରେ । ତେଣୁ ଆମେ ସତର୍କ ହେବା ଦରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.