କରୋନା ମୃତ୍ୟୁର ଅଡିଟ ଚାଲିଛି, ଆଉ ୧୦ରୁ ୧୫ ଦିନରେ ଶେଷ ହେବ

Published By : Prameya-News7 Bureau | July 28, 2021 IST

ଭୁବନେଶ୍ୱର୨୮।୦୭: ୧୦ ରୁ ୧୫ ଦିନ ମଧ୍ୟରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ଏବେ କରୋନା ମୃତ୍ୟୁର ଅଡ଼ିଟ କରିବା ପରେ ତଥ୍ୟ ପ୍ରଦାନ କରାଯାଉଛି । ଯେହେତୁ ସେମାନେ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି ।  ତେଣୁ ସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦେଉଛୁ । ସୂଚନା ଦେଲେ ଡିଏମଇଟି ସିବିକେ ମହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡ଼ ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି । ତେଣୁ କଟକଣା ଆଉ କିଛି ରଖିବା ଦରକାର । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ପ୍ରତିଶତ ଉପରେ ରହିଛି । କୋଭିଡ ଗାଇଡ଼ ଲାଇନ ଅନୁପାଳନ, ସଂକ୍ରମଣ ହାର, କେସ୍ ଲୋଡ଼, ଦେଖିକି ଅନଲକ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ସେହିପରି ଛୋଟ ଛୁଆ ମାନଙ୍କୁ ଟୀକା ଦେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କର ଦଳୀୟ ବୈଠକରେ କହିଛନ୍ତି । ମାତ୍ର ସରକାରୀ ସ୍ତରରେ ଅନୁମୋଦନ ମିଳିନି । ଗାଇଡ ଲାଇନ ଆସିବା ପରେ ଟୀକା କରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.