Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସଚେତନ ନହେଲେ ପୁଣି ବିପଦ ଆଡ଼କୁ ଯିବା-ଡିଏମ୍‌ଇଟି

8/07/2021 at 1:02 PM

ଭୁବନେଶ୍ୱର ୦୮।୦୭: କରୋନା ସଂକ୍ରମଣ କେତେଟା ଜିଲ୍ଲାରେ ବା କେତେଟା ଅଞ୍ଚଳରେ ବଢ଼ିଛି । ମାତ୍ର ଏହା ଧୀରେ ଧୀରେ କମି କମି ଚାଲିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲେ ଦେଶର ୯୧ଟି  ଜିଲ୍ଲାରେ ସଂକ୍ରମଣ କମୁନାହିଁ । ସେଥି ମଧ୍ୟରୁ ଓଡ଼ିଶାର କିଛି ଜିଲ୍ଲା ବି ରହିଛି । ଅନେକ ରାଜ୍ୟରେ କଟକଣା କୋହଳ ହୋଇଛି । ହେଲେ ଲୋକମାନେ ଗାଇଡ଼ ଲାଇନକୁ ମାନୁ ନାହାନ୍ତି । ଲୋକେ କୋହଳର ସୁଯୋଗ ନେଇ ସଂକ୍ରମଣର ସୁଯୋଗ ବଢ଼ାଉଛନ୍ତି । ତାର ଫଳାଫଳରେ ସଂକ୍ରମଣ ବଢୁଛି । ଲୋକମାନେ ସଚେତନ ନ ହେଲେ ଆମେ ପୁଣି ଥରେ ବିପଦ ଆଡ଼କୁ ଆଗେଇବା । ଓଡ଼ିଶାର କିଛି ଜିଲ୍ଲାରେ ସଂକ୍ରମଣ ଆପାତତଃ ସ୍ଥିର ଅଛି ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ୨୫୪୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଜୁନ୍‌ ମାସ ପରେ ଜୁଲାଇରେ  ମଧ୍ୟ ସଂକ୍ରମଣ ହାର କମିବାରେ ଲାଗିଛି । ଯାହାକି ରାଜ୍ୟ ପାଇଁ ଏକ ଆଶ୍ୱସ୍ତି କର ଖବର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ୍ ୯୩୨୩୩୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୭୫୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୦୦୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୪୧୫ରେ ପହଞ୍ଚିଥିବା ବେଳେ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ପହଞ୍ଚିଛି । ଏବେ ସୁଦ୍ଧା ରାଜ୍ୟରେ ୧୪୩୩୫୮୦୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

   Related Posts