Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଅଧିକ ଟିକା ଆଣିବାକୁ କରୁଛନ୍ତି ଚେଷ୍ଟା : ଡିଏଏମଇଟି

3/06/2021 at 3:55 PM

ଭୁବନେଶ୍ବର ୩।୬: ଟିକା ନେଇ ଆମର କାମ ହେଉଛି ଚେଷ୍ଟା କରିବା । ସବୁ ଆଡୁ ଆମେ ଚେଷ୍ଟା କରୁଛୁ ରାଜ୍ୟକୁ ଅଧିକ ଟିକା ଆଣିବା ପାଇଁ । ଚେଷ୍ଟା କରିବାଟା କିଛି ଭୁଲ ନୁହେଁ । ଆମେ ଗ୍ଲୋବାଲ ଟେଣ୍ଡର କରି ଚେଷ୍ଟା କରିଥିଲୁ । ଅଧିକ ଟିକା ପାଇଁ ଅନ୍ୟଠୁ ଚେଷ୍ଟା କରିବାଟା କ’ଣ ଭୁଲ ବୋଲି ପ୍ରଶ୍ନ କରିଛନ୍ତି ଡ଼ିଏଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହେଁ ଯେ ଆମେ ପାଇବୁ ବୋଲି ଗ୍ୟାରେଣ୍ଟି ରହିଛି । ମାତ୍ର ଆମେ ଚେଷ୍ଟା କରୁଛୁ ଅନ୍ୟ ସୋର୍ସରୁ ପାଇ ପାରିବୁ ନା ନାହିଁ । ବର୍ତ୍ତମାନ ଆମ ପାଖରେ ନେକ୍ସଟ ଅପ୍ସନ ହେଉଛି ଆମେ ପରିସ୍ଥିତିକୁ ଦେଖି ଆକଳନ କରି କ’ଣ କ’ଣ ଷ୍ଟେପ ନିଆ ହୋଇ ପାରିବ ସେ ଦିଗରେ କାମ କରିବୁ ।

ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ଥିଲା ସେଥିପାଇଁ ଆମେ ବିଫଳ ହେଇଛୁ । ଗତ ଦୁଇ ତିନି ଦିନ ମଧ୍ୟରେ କଟକଣା ବହୁତ କୋହଳ ହୋଇଛି । ଏହି ପ୍ରକ୍ରିୟା କୋହଳ ହେବା ପରେ ଆମ ପାଖରେ ଆଉ ଏକ ସ୍କୋପ ଆସିଛି । ବର୍ତ୍ତମାନ କୁହାଯାଇ ପାରିବନି  ଗ୍ଲୋବାଲ ଟେଣ୍ଡରକୁ କଣ କରାଯିବ । ଯଦି ବର୍ତ୍ତମାନ ଦିଆଯାଇଥିବା ନୂଆ ତାରିଖ ଫେଲୁୟର ହେବ ତେବେ ତାକୁ ରି-ଟେଣ୍ଡର କରାଯିବ କି ଘୁଞ୍ଚା ଯିବ ତାହା ସରକାର ନିଷ୍ପତ୍ତି ନେବେ ।

ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ଥାର୍ଡ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି ।

ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର ଅନେକ ଜିଲ୍ଲାରେ କରୋନା କୋପ କମିବାର ଧାରା  ଆରମ୍ଭ ହୋଇଛି । ଆମେ ଆଶା କରିବା ଏହି ଧାରା ବଜାୟ ରହୁ । ବିଗତ ଦିନରେ ବଢିଥିବା ସଂକ୍ରମଣ ଯୋଗୁ ବର୍ତ୍ତମାନ ମୃତ୍ୟୁସଂଖ୍ୟା ବଢୁଛି । ପୂର୍ବରୁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା କିଛି କ୍ରିଟିକାଲ ସଂକ୍ରମିତଙ୍କର ମୃତ୍ୟୁ ହେଉଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ।

   Related Posts