Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସ୍ଥିତି ଦେଖି ରାଜ୍ୟରେ କୋହଳ ହେବ କଟକଣା : ଡିଏମଇଟି

30/06/2021 at 1:04 PM

ଭୁବନେଶ୍ବର ୩୦।୬: ଜୀବିକା ପାଇଁ ରାଜ୍ୟରେ ନିଶ୍ଚିତ ଭାବେ କଟକଣା କୋହଳ ଆବଶ୍ୟକ ରହିଛି। କିନ୍ତୁ ତାହା ପର୍ଯ୍ୟାୟକ୍ରମେ ହେବା ଦରକାର । ଯେଉଁଠି ଯାହା ସ୍ଥିତି, ତାକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ତେବେ ଟିକା ଦେବା ଦାୟିତ୍ବ ହେଉଛି କେନ୍ଦ୍ର ସରକାରଙ୍କର । ଯେତିକି ପରିମାଣର ଟିକା ଦେବେ, ସେତିକି ପରିମାଣର ବ୍ୟବହାର କରିବୁ । ଯେତିକି ଉତ୍ପାଦନ ହେଉଛି, ସେହି ଅନୁସାରେ ଆମେ ଯୁଦ୍ଧକାଳୀନ ଭିତିରେ ଟିକାକରଣ କରୁଛୁ । ମଝିରେ ମଝିରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଡିଏମଇଟି କହିଛନ୍ତି ।

ସେପଟେ ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ, ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

   Related Posts