'ପାର୍ବଣରେ କଟକଣା ଢିଲା ଦେଲେ ବିପଦକୁ ବରଣ କରିବେ', ସତର୍କ କଲେ ଡିଏମଇଟି

Published By : Prameya-News7 Bureau | October 08, 2021 IST

ଭୁବନେଶ୍ବର ୮।୧୦: କରୋନା କଟକଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ପାର୍ବଣକୁ ଦେଖି  କଠୋର କଟକଣା ଆଗରୁ ଆକଳନ କାରାଯାଇଥିଲା । ସେପ୍ଟେମ୍ବର ଓ ଅକ୍ଟୋବର  ପାର୍ବଣର ଋତୁ ହୋଇଥିବାରୁ ଏହି ସମୟରେ ଭିଡ ଲାଗିରହେ। ତେଣୁ ସାମାଜିକ ଦୂରତା ରହୁନଥିବା ବେଳେ ମାସ୍କ ବ୍ୟବହାର କମ୍ ଦେଖିବାକୁ ମିଳେ । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ୩ ମାସ ପର୍ଯ୍ୟନ୍ତ ଅଧିକ ସଚେତନ ରହିବାକୁ କହିଛନ୍ତି । ଯାହାକୁ ପାର୍ବଣ ସମୟରେ ମାନିବାର ଆବଶ୍ୟକତା ରହିଛି।  ଏହାକୁ ଲୋକମାନେ ଢିଲା ଦେଲେ ବିପଦକୁ ବରଣ କରିବେ। ଖାଲି ସେତିକି ନୁହେଁ ସହଯୋଗ ନ କଲେ ଭବିଷ୍ୟତରେ ସଂକ୍ରମଣ ବଢ଼ିବାର କାରଣ ଆମେ ନିଜେ ସାଜିବା । ଲୋକେ ସଚେତନତା ହେଲେ ସଂକ୍ରମଣ ନିୟନ୍ତ୍ରଣ ରହିବ ବୋଲି ଡିଏମଇଟି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.