ପାର୍ବଣ ସମୟରେ ସତର୍କ ରହିବା ଏବଂ ସାମାଜିକ ଦୂରତା ରକ୍ଷା କରି ଭିଡକୁ ନଯିବା ଲାଗି ପରାମର୍ଶ ଦେଲେ ଡିଏମଇଟି

Published By : Prameya-News7 Bureau | September 30, 2021 IST

ଭୁବନେଶ୍ବର ୩୦।୯: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।  ସେ କହିଛନ୍ତି, ଆମର ନୈତିକ କାମ ଆମେ ତାକୁ କେମିତି ପ୍ରତିରୋଧ କରିବା । ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା ।

ମୁଖ୍ୟତଃ ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ ନଯିବାଲାଗି ପରାମର୍ଶ ଦେଇଛନ୍ତି ଡିଏମଇଟି । ରାଜନୈତିକ ଉତ୍ସବ ଓ ପାର୍ବଣକୁ ଯାଇ  ଅଯଥା ଭିଡ଼ କରନ୍ତୁ ନାହିଁ । ପାର୍ବଣ ପାଇଁ ଟେଷ୍ଟ, ଟ୍ରେସିଂ ଓ ଟ୍ରିଟମେଣ୍ଟକୁ ବଢ଼ାଯାଉଛି । ଯାହାର କିଛି ବି ଲକ୍ଷଣ ପ୍ରକାଶ ପାଉଛି ସେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ସେମାନଙ୍କ ପାଇଁ ଟେଷ୍ଟର ସୁବିଧା କରାଯିବ। ଏହାସହ ଟିକା ସମସ୍ତେ ନେବା ଆବଶ୍ୟକ ।

ଏମିତି କି ପ୍ରଥମ ଡୋଜ ଟିକା ନେଲା ପରେ ଦ୍ବିତୀୟ ଡୋଜ ଟିକା ନେବା ନିଶ୍ଚୟ ଆବଶ୍ୟକ ରହିଛି । ବୁଷ୍ଟର ଡୋଜ ନେବା ପର କଥା ବୋଲି ଡିଏମଇଟି କହିଛନ୍ତି । ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟ କରାଯାଉଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.