Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

କ୍ଵାରେଣ୍ଟାଇନ ସେଣ୍ଟରରେ ଭାତ ଡାଲି ଖାଇ ବିରକ୍ତ ହୋଇଯାଉଛନ୍ତି ଶ୍ରମିକ : ଏବେ ଦିଆଯିବ ବିରିୟାନୀ

10/05/2020 at 6:09 PM

ଖଗଡିୟା ୧୦/୦୫ : ପ୍ରବାସୀ ଶ୍ରମିକଙ୍କ ସମେତ ବାହାର ରାଜ୍ୟରୁ ଆସିଥିବା ଲୋକଙ୍କୁ କ୍ଵାରେଣ୍ଟାଇନ ସେଣ୍ଟର ରଖାଯାଇଛି | ଏମାନେ ରହୁଥିବା କ୍ଵାରେଣ୍ଟାଇନ ସେଣ୍ଟରରୁ ଖାଦ୍ୟ ବ୍ୟବସ୍ଥାକୁ ନେଇ ଲଗାତାର ଅଭିଯୋଗ ଆସୁଛି | ବିହାରର ଏକ କ୍ଵାରେଣ୍ଟାଇନ ସେଣ୍ଟରରେ ରହୁଥିବା ଲୋକେ ଖାଇବା ମେନ୍ୟୁ ନିଜେ ପ୍ରସ୍ତୁତ କରୁଛନ୍ତି |  

ଖଗଡିୟା ଜିଲ୍ଲାର ମାନସୀ ପ୍ରଖଣ୍ଡର ଏକନିୟା ଗାଁରେ ହୋଇଥିବା କ୍ଵାରେଣ୍ଟାଇନ ସେଣ୍ଟରରେ ଖଗଡିୟା ଜିଲ୍ଲା ଅଧିକାରୀ ଆଲୋକ ରଞ୍ଜନ ଘୋଷ ପଦାଧିକାରୀଙ୍କ ସହ ଘଟଣାସ୍ଥଳ ନିରୀକ୍ଷଣ କରିଥିଲେ | କ୍ଵାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଚାଖି ତାର ଗୁଣମାନ ଯାଞ୍ଚ କରିଥିଲେ | ଜିଲ୍ଲା ଅଧିକାରୀ ସମସ୍ତ ପ୍ରବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ | ପ୍ରବାସୀ କହିଥିଲେ ସେମାନେ ପ୍ରତିଦିନ ଭାତ ଡାଲି ଖାଇ ଖାଇ ବୋର ହୋଇଗଲେଣି |

ଏହା ଶୁଣି ଜିଲ୍ଲା ଅଧିକାରୀ ନିର୍ଦେଶ ଦେଇ କହିଥିଲେ ଲୋକଙ୍କ ସ୍ୱାଦ ବଦଳାଇବା ପାଇଁ ମଝିରେ ମଝିରେ ବିରିୟାନୀ ତ କେବେ ଖିରି ପୁରି ଦିଆଯିବ | ଏନେଇ ସେଣ୍ଟର ପ୍ରଭାରୀଙ୍କୁ ଜିଲ୍ଲା ଅଧିକାରୀ ନିର୍ଦେଶ ଦେଇଛନ୍ତି | ଜିଲ୍ଲା ଅଧିକାରୀ କହିଥିଲେ ଯେ, କ୍ଵାରେଣ୍ଟାଇନ ସେଣ୍ଟରରେ ୫ ଜଣ ପ୍ରବାସୀ ଏକ ଟିମ ପ୍ରସ୍ତୁତ କରିବେ ଏବଂ ଟିମ ଯାହା ଖାଦ୍ୟ ମେଁତ୍ୟୁ ଫାଇନାଲ କରିବେ ସେ ହିସାବରେ ଖାଦ୍ୟ ପ୍ରସ୍ତୁତ ହେବ | ଜିଲ୍ଲା ଅଧିକାରୀଙ୍କ ଏହି ନିଷ୍ପତ୍ତିରେ ପ୍ରବାସୀ ଅତ୍ୟନ୍ତ ଖୁସି ହୋଇଥିଲେ |

ଜିଲ୍ଲା ଅଧିକାରୀ ଆଲୋକ ରଞ୍ଜନ ଘୋଷ କିଛି କ୍ଵାରେଣ୍ଟାଇନ ସେଣ୍ଟରରେ ରାତିରେ ମନୋରଞ୍ଜନ ପାଇଁ ଟିଭି ଲଗାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି | ଏହାସହ ଅଧିକ ସଂଖ୍ୟକ ଶୌଚାଳୟ ତିଆରି କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି | ଯେପରିକି କାହାକୁ କିଛି ଅସୁବିଧା ନହୁଏ |

ଜିଲ୍ଲା ଅଧିକାରୀ କହିଛନ୍ତି, ଜଳ ଜୀବନ ହରିୟାଲି ଯୋଜନା ଅନୁଯାୟୀ, ସମସ୍ତ କ୍ଵାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯିବ | ଏହି ଶ୍ରମିକମାନେ ବୃକ୍ଷର ଦେଖରେଖ କରିବେ ଏବଂ ଯତ୍ନ ନେବେ |

   Related Posts