ଭାଙ୍ଗିଲା ଜିଲ୍ଲାପାଳଙ୍କ ଅହଙ୍କାର- ଖରାପ ବ୍ୟବହାରର ଭିଡିଓ ଭାଇରାଲ୍‌ ପରେ ପଦରୁ ହଟିଲେ

Published By : Prameya-News7 Bureau | November 14, 2019 IST

ଲକ୍ଷ୍ମୌ - ବେଳେ ବେଳେ କିଛି ଲୋକ ନିଜ ପଦ ମର୍ଯ୍ୟାଦାକୁ ଭୁଲି ଯାଇ ଥାଆନ୍ତି । କିଛି ଲୋକ ନିଜକୁ ବହୁତ ବଡ ଭାବି ଅହଙ୍କାରରେ ଅନ୍ୟକୁ ଖରାପ ବ୍ୟବହାର ଦେଖାଇ ଥାଆନ୍ତି । ଏପରି ଘଟଣା ଉତ୍ତରପ୍ରଦେଶରେ ଘଟିଛି । ଏହି ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।


ଅମେଠୀରେ ବିଜେପି ନେତାଙ୍କର ପୁଅକୁ ହତ୍ୟା କରାଯାଇଥିଲା । ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେହିସ୍ଥାନରେ ଅମେଠୀର ଜିଲ୍ଲାପାଳ ପ୍ରଶାନ୍ତ କୁମାର ପହଞ୍ଚିଥିଲେ । ସେ ଲୋକଙ୍କୁ ବୁଝାଇବା ବଦଳରେ ମୃତକଙ୍କ ଭାଇର କଲର୍‌ ଧରି ଖରାପ ବ୍ୟବହାର କରିଥିଲେ । ଏପରି ବି ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କୁ ବି ଖରାପ ବ୍ୟବହାର କରିଥିଲେ । ଏହାର ଭିଡିଓ ଭାଇରାଲ୍‌ ହେବାପରେ ତାଙ୍କୁ ହଟାଇ ଦିଆଯାଇଛି । କୌଣସି କାର୍ଯ୍ୟ ନ ଦିଆଯାଇ ପ୍ରୋବେଟିଂ ଲିଷ୍ଟରେ ରଖାଯାଇଛି । ତାଙ୍କ ସ୍ଥାନରେ ମୁରାଦାବାଦ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଅରୁଣ କୁମାରଙ୍କ ଅମେଠୀର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

wp:core-embed/twitter {"url":"https://twitter.com/ANINewsUP/status/1194872270285443072?s=20","type":"rich","providerNameSlug":"twitter","className":""}
https://twitter.com/ANINewsUP/status/1194872270285443072?s=20
/wp:core-embed/twitter

ପ୍ରଶାନ୍ତ କୁମାରଙ୍କ ଏପରି ବ୍ୟବହାର କିଛି ନୁଆ ନୁହେଁ , ତାଙ୍କର ଏପରି ଖରାପ ବ୍ୟବହାର ବିଷୟରେ ଆଗରୁ ଅନେକ ଅଭିଯୋଗ ହୋଇଛି । ଏହାପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଶାନ୍ତଙ୍କର ଏପରି ବ୍ୟବହାରକୁ ସମସ୍ତ ରାଜନୈତିକ ଦଳ ନିନ୍ଦା କରିଥିଲେ । ମାତ୍ର ପ୍ରଶାନ୍ତ ଏହି ଭିଡିଓକୁ ଏଡିଟ୍‌ କରାଯାଇଥିବା କଥା କହିଥିଲେ । ପରେ ତାଙ୍କ କଥା ମିଛ ବୋଲି ବି ପ୍ରମାଣିତ ହୋଇଛି ।

wp:core-embed/youtube {"url":"https://www.youtube.com/watch?v=BR8bvI8FNv0","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=BR8bvI8FNv0
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.