Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଅହମ୍ମଦନଗରରେ ମେ’ ମାସରେ ୯୯୦୦ପିଲା କରୋନା ପଜିଟିଭ୍ ନେଇ ହଇଚଇ, ଡିଏମ୍ କହିଲେ ଏହି କାରଣ

1/06/2021 at 6:13 PM

ଅହମ୍ମଦନଗର ୧।୬: ମହାରାଷ୍ଟ୍ରର ଅହମ୍ମଦନଗର ଗତ ମାସରେ ୯୯୦୦ ପିଲା କରୋନା ପଜିଟିଭ୍ ଆସିବା ପରେ ଲଗାତର ଏହି ପ୍ରଶ୍ନ ଉଠୁଛି ଯେ କରୋନାର ତୃତୀୟ ଲହର ଆସିଯାଇନି ତ ? କାରଣ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, କରୋନାର ତୃତୀୟ ଲହରରେ ଅଧିକାଂଶ ପିଲା କରୋନା ସଂକ୍ରମିତ ହେବେ । ଏହି ସମୟରେ ଅହମ୍ମଦନଗର ଡିଏମ ରାଜେନ୍ଦ୍ର ଭୋସଲେ କହିଛନ୍ତି ଯେ, ମେ’ ମାସରେ ଅହମ୍ମଦନଗରରେ ମୋଟ୍ ୮୬ ହଜାର ପଜିଟିଭ୍ ମାମଲା ଆସିଛି । କିନ୍ତୁ କାହାର ମୃତ୍ୟୁ ହୋଇନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅପ୍ରେଲ ମାସରେ ହୋଇଥିବା ବିବାହ ଉତ୍ସବରେ ୧୮ ବର୍ଷରୁ କମ୍ ପିଲାଙ୍କ ଭିଡ ଅଧିକ ଥିଲା । ଏହା ବାଦ୍ ଲକଡାଉନ୍ ରେ ମଧ୍ୟ ପିଲାମାନେ ଖେଳୁଥିଲେ । ତାଙ୍କର ଯାତାୟତ ଜାରି ରହିଥିଲା । ତେଣୁ ପିଲାମାନଙ୍କର ପଜିଟିଭିଟି ହାର ୧୧ ପ୍ରତିଶତ ଆସିଛି ।

ସେ କହିଛନ୍ତି ଯେ, ଅହମ୍ମଦନଗର ଜିଲ୍ଲାରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ସେମାନେ କିଛି ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ସିଭିଲ ହସ୍ପିଟାଲରେ ଶିଶୁ ଓ୍ବାର୍ଡ କରାଯାଉଛି । ୧୦୦ ଶଯ୍ୟା ବିଶିଷ୍ଟ ଶିଶୁରୋଗ ୱାର୍ଡ କରୁଛୁ । ସେଥିରୁ ୧୫ଟି ଶଯ୍ୟା ଆଇସିୟୁ ରଖାଯାଉଛି । ସେମାନଙ୍କ ମଧ୍ୟରୁ କାହାରି ମୃତ୍ୟୁ ହୋଇନାହିଁ ।

ଜିଲ୍ଲା ଅଧିକାରୀ କହିଛନ୍ତି ଯେଉଁ ୯୯୨୮ ପିଲାଙ୍କ ମଧ୍ୟରେ ସଂକ୍ରମଣ ହୋଇଛି, ସେମାନଙ୍କ ମଧ୍ୟରୁ ୬୭୦୦ ଜଣ ୧୧ରୁ ୧୮ବର୍ଷ ବୟସର, ୩୧୦୦ ଜଣ ୧ରୁ ୧୦ବର୍ଷ ବୟସ ମଧ୍ୟରେ । ସେହିଭଳି କିଛି ୧ ବର୍ଷରୁ କମ୍ ବୟସର । ସେ କହିଛନ୍ତି, ଯେହେତୁ ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକଙ୍କର ସଂକ୍ରମଣର ଲକ୍ଷଣ ନଥିଲା, ସେଥିପାଇଁ ଚିନ୍ତା କରିବାର କିଛି ନାହିଁ । ସଂକ୍ରମଣର ତୃତୀୟ ଲହର ଆଶଙ୍କା ଯୋଗୁଁ ପିଲାମାନଙ୍କର ଅଧିକ ଧ୍ୟାନ ଦେବା ଆବଶ୍ୟକ ।

   Related Posts