Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ : ଘରେ ବସି ସହଜରେ କେମିତି କରିବେ ଲିଙ୍କ ଜାଣନ୍ତୁ

7/01/2019 at 3:02 PM

ଦିଲ୍ଲୀ ୭/୧ : ଗତବର୍ଷ ସର୍ବୋଚ୍ଚ ନୟାଳୟ ଅନେକ ଆଧାର ସମ୍ପର୍କିତ ବାଧ୍ୟତାମୂଳକ ମାମଲାକୁ ଖାରଜ କରିଦେଇଥିଲେ | କେତେକ ଜାଗାରେ ଆଧାର ଲିଙ୍କ ଜରୁରୀ ନଥିଲା | କିନ୍ତୁ ଚଳିତବର୍ଷ ଠାରୁ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର କାର୍ଡ ସହ ଲିଙ୍କ କରିବା ଜରୁରୀ ହୋଇଯିବ | ଏଥିପାଇଁ ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି | ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର କାର୍ଡ ସହ ଯୋଡିବା ବାଧ୍ୟତାମୂଳକ ହୋଇଯିବ | ଘରେ ବସି ଆଧାର କାର୍ଡ ଏବଂ ଡ୍ରାଇଭିଙ୍ଗ ଲାଇସେନ୍ସ ଲିଙ୍କ କେମିତି ହୋଇପାରିବ ଜାଣିବା ଜରୁରୀ | କିଛି ସାମାନ୍ୟ ଏବଂ ସହଜ ଉପାୟରେ ଆପଣ ଘରେ ବସି ଆଧାର କାର୍ଡକୁ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ଲିଙ୍କ କରିପାରିବେ |

୧. ଡ୍ରାଇଭିଙ୍ଗ ଲାଇସେନ୍ସ କୁ ଆଧାର କାର୍ଡ ସହ ସଂଯୋଗ କରିବା ପାଇଁ ସମସ୍ତ ରାଜ୍ୟର ସଡକ ପରିବହନ ବିଭାଗର ୱେବସାଇଟରେ ଅପସନ୍‌ ଦିଆଯିବ |

୨. ନିଜେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବା ପାଇଁ ପ୍ରଥମେ ଆପଣଙ୍କୁ ରାଜ୍ୟ ପରିବହନ ବିଭାଗର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ |

୩. ୱେବସାଇଟରେ ଆପଣଙ୍କୁ ଆଧାର ଲିଙ୍କର ଅପସନ ମିଳିବ | 

୪. ଏହାପରେ ଡ୍ରାଇଭିଙ୍ଗ ଲାଇସେନ୍ସ ନମ୍ବର ଏଣ୍ଟ୍ରି କରି ସବମିଟ ବଟନ କ୍ଲିକ କରିବେ |

୫. ଏହା ପରେ ଆପଣଙ୍କ ରେଜିଷ୍ଟାର ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ |

୬. ଏହି ଓଟିପି ଦେଇ କନଫର୍ମ କରିବେ |

କନଫର୍ମ କରିବା ପରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆଧାର କାର୍ଡ ସହ ଲିଙ୍କ ହୋଇଯିବ |

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ରବିବାର ଦିନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଡ୍ରାଇଭିଙ୍ଗକୁ ଆଧାର କାର୍ଡ ସହ ଲିଙ୍କ କରିବା କାହିଁକି ବାଧ୍ୟତାମୂଳକ ତାହା ସ୍ପଷ୍ଟ କରିଥିଲେ | ସେ କହିଥିଲେ ଯେ, କୌଣସି ଦୁର୍ଘଟଣା ଘଟିଲେ ଦୁର୍ଘଟଣା ଘଟିଥିବା ବ୍ୟକ୍ତି ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇ ପୁଣିଥରେ ଏକ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରୁଛନ୍ତି | ଯେଉଁଥିପାଇଁ ସେ ଧରା ପଡୁନାହିଁ | ତେଵେ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବାପରେ ବ୍ୟକ୍ତି ନିଜ ନାଁ ସିନା ବଦଳେଇ ପାରିବ କିନ୍ତୁ ବାୟୋମେଟ୍ରିକ ବଦଳେଇ ପାରିବନାହିଁ | ଆଖିର ନକ୍ସା ବଦଳେଇ ପରିବେନାହିଁ କି ଆଙ୍ଗୁଠି ଚିହ୍ନ ମଧ୍ୟ ବଦଳାଇ ପାରିବେନାହିଁ | ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି ପାଇଁ ଗଲେ ବାୟୋମେଟ୍ରିକ ମେସିନ ଦର୍ଶାଇ ଦେବା ଯେ, ଉକ୍ତ ବ୍ୟକ୍ତିର ଡ୍ରାଇଭିଙ୍ଗ ଲାଇସେନ୍ସ ପୂର୍ବରୁ ଅଛି | ଯାହାଫଳରେ ତାଙ୍କୁ ଆଉ ନୂଆ ଲାଇସେନ୍ସ ମିଳିବନାହିଁ |

   Related Posts