ମାର୍ଚ୍ଚ ୩୧ ଯାଏଁ ବଢିଲା ଡ୍ରାଇଭିଂ ଲାଇସେନ୍ସ ଓ ଅନ୍ୟ କାଗଜପତ୍ରର ବୈଧତା : ଯାଞ୍ଚ୍ ହେବନି ଡକ୍ୟୁମେଣ୍ଟ, ଚାଳକଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ କେନ୍ଦ୍ର ସରକାର

Published By : Prameya-News7 Bureau | December 28, 2020 IST

ନୂଆଦିଲ୍ଲୀ,୨୮/୧୨:  କେନ୍ଦ୍ର ସରକାର କରୋନା ସଙ୍କଟକୁ ଦେଖି ରବିବାର ଡ୍ରାଇଭିଂ ଲାଇସେନ୍ସ, ଗାଡିର ପଞ୍ଜୀକରଣ ସାଟିଫିକେଟ୍ ଓ ଫିଟନେସ୍ ତାରିଖକୁ ବଢାଇ ଚାଳକଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ସହ ଗାଡିର ଅନ୍ୟ ଦସ୍ତାବିଜର ବୈଦ୍ଧତା ମାର୍ଚ୍ଚ ୩୧, ୨୦୨୧ ଯାଏଁ ବୃଦ୍ଧି କରିଛନ୍ତି ।

wp:html /wp:html

ପୂର୍ବରୁ ପରିବହନ ବିଭାଗ ଲକଡାଉନ୍ ପାଇଁ ଲାଇସେନ୍ସ, ରେଜିଷ୍ଚ୍ରେସନ ସାର୍ଟିଫିକେଟ୍, ଇନସ୍ୟୁରାନ୍ସ ଓ ଫିଟନେସ୍ ପ୍ରମାଣପତ୍ରର ନବୀକରଣ ପାଇଁ ସମୟ ସୀମାକୁ ଡିସେମ୍ବର ୩୧ ଯାଏଁ ବଢାଇଥିଲେ । ମାର୍ଚ୍ଚ ୨୦୨୦ ପରେ ଯାହାର ଡ୍ରାଇଭିଂ ଲାଇସେନ୍ସ, ଆରସି, ପରମିଟ୍ ଶେଷ ହୋଇଥିଲା ସେମାନଙ୍କ ବିରୋଧରେ ୨୦୨୦ ଡିସେମ୍ବର ୩୧ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

wp:html /wp:html

ଏବେ ସରକାର ପୁଣି ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ମାର୍ଚ୍ଚ ୩୧, ୨୦୨୦ ଯାଏଁ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ କାଗଜ, ଗାଡିର ପରମିଟ୍ ସମେତ ଫିଟନେସ୍ ସାଟିଫିକେଟ୍ ମାର୍ଚ୍ଚ ୩୧, ୨୦୨୧ ଯାଏଁ ବୈଧ ରହିବ । ଅର୍ଥାତ ମାର୍ଚ୍ଚ ୩୧ ପରେ ଧରା ପଡିଲେ ୫ ହଜାର ଟଙ୍କା ଯାଏଁ ଜରିମାନା ଦେବାକୁ ପଡିବ ।

ମାର୍ଚ୍ଚ ୩୧ ପୂର୍ବରୁ ଚାଳକମାନେ ସମସ୍ତ କାଗଜପତ୍ର ଠିକ୍ କରିଦେବା ଆବଶ୍ୟକ । ଘରେ ବରି ମଧ୍ୟ ଆରସି ଓ ଲାଇସେନ୍ସର ନବୀକରଣ କରାଯାଇ ପାରିବ । ଏଥିପାଇଁ ରାଜ୍ୟ ପରିବହନ ବିଭାଗର ଓ୍ୱେବସାଇଟରେ ସମସ୍ତ ଅନଲାଇନ୍ ସେବା ଉପଲବ୍ଧ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.