Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଜିଠୁ କାଟାଗୋରୀ ‘ବି’ ଜିଲ୍ଲାରେ ଆରମ୍ଭ ହେବ ସ୍ଲଟ୍ ବୁକିଂ : ପୁରୀରେ ୧୪ରୁ ଡିଏଲ ଟେଷ୍ଟ୍

10/07/2021 at 8:47 AM

କଟକ, ୧୦/୦୭: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପ୍ରଥମେ ‘ଏ’ କାଟାଗୋରୀ ଜିଲ୍ଲାରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) ପାଇଁ ସ୍ଲଟ୍‌ ବୁକିଂ ପାଇଁ ଅନୁମତି ମିଳିଥିଲାବେଳେ ଶନିବାରଠୁ ‘ବି’ କାଟାଗୋରୀ ଜିଲ୍ଲାରେ ସ୍ଲଟ୍‌ ବୁକିଂ ଆରମ୍ଭ ହେବ ବୋଲି ଶୁକ୍ରବାର ରାଜ୍ୟ ପରିବହନ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ ହେଉଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଏବଂ ନୟାଗଡ଼ । ପୁରୀରେ ଆସନ୍ତା ୧୨ ତାରିଖରେ ରଥଯାତ୍ରା ହେଉଥିବାରୁ ସେଠାରେ ୧୩ ତାରିଖରୁ ସ୍ଲଟ୍‌ ବୁକିଂ କରାଯିବ ବୋଲି ସ୍ପଷ୍ଟ କରାଯାଇଛି ।

କମିସନରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶନିବାର ସକାଳ ୧୧ଟାରୁ ଏହି ସ୍ଲଟ୍‌ ବୁକିଂ ଆରମ୍ଭ ହେବ । ଏହାପରେ ପ୍ରତିଦିନ ସକାଳ ୭ଟାରୁ ୧୦ଟା ଭିତରେ ସ୍ଲଟ୍‌ ବୁକିଂ କରାଯିବ । ଯେଉଁମାନେ ପୂର୍ବରୁ ଡିଏଲ୍‌ ପାଇଁ ଆବେଦନ କରିଥିବେ ସେହିମାନେ କେବଳ ବର୍ତ୍ତମାନ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ । ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସର ନବୀକରଣ ହେବ ସେମାନଙ୍କୁ ଆଉ ଥରେ ପରୀକ୍ଷା ଦେବାକୁ ପଡ଼ିବ । ଯେଉଁମାନେ ସ୍ଲଟ୍‌ ବୁକିଂ କରିବେ ସେମାନଙ୍କୁ ୧୩ ତାରିଖଠାରୁ ପରୀକ୍ଷା ଦେବାକୁ ପଡ଼ିବ । ଆବେଦନକାରୀମାନେ ପରୀକ୍ଷା କେନ୍ଦ୍ରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲାବେଳେ ସାମାଜିକ ଦୂରତା ରଖିବାକୁ କୁହାଯାଇଛି ।

ଅନ୍ୟପକ୍ଷରେ ପୁରୀରେ ଡିଏଲ୍‌ ଟେଷ୍ଟ ୧୪ ତାରିଖରୁ ଆରମ୍ଭ ହେବ । ଡିଏଲ୍‌ ପରୀକ୍ଷା ପାଇଁ ଅଧିକ ସଂକ୍ରମଣ ଅଞ୍ଚଳରୁ କୌଣସି ବ୍ୟକ୍ତିଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ଏହି ଅଞ୍ଚଳରୁ ଆସିଥିବାର ଜଣାପଡ଼େ ତାହେଲେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏତଲା ଦିଆଯିବ ବୋଲି ବିଜ୍ଞପ୍ତିରେ ଚେତବାନୀ ଦିଆଯାଇଛି । ଯଦି ଆବେଦନକାରୀଙ୍କ ପାଖରେ କାରୋନାର କୌଣସି ସାମାନ୍ୟ ଲକ୍ଷଣ ଦେଖାଯାଏ ତାହେଲେ ତାଙ୍କୁ ଡିଏଲ୍‌ ପରୀକ୍ଷା ପାଇଁ ଅନୁମତି ଦିଆଯିବ ନାହିଁ । ଏଲ୍‌ଏଲ୍‌ ଟେଷ୍ଟ ପାଇଁ ସ୍ଲଟ୍‌ ବୁକିଂ କେବେ କରାଯିବ ସେ ସଂକ୍ରାନ୍ତରେ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯିବ ବୋଲି କୁହାଯାଇଛି । ନୂଆ ଏଲ୍‌ଏଲ୍‌ ଏବଂ ନୂଆ ଡିଏଲ୍‌ ପାଇଁ କେବେ ସ୍ଲଟ୍‌ ବୁକିଂ କରାଯିବ ସେ ସଂକ୍ରାନ୍ତରେ ମଧ୍ୟ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଏସ୍‌ଟିଏ ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ୨୦ଟି ‘ଏ’ କାଟାଗୋରୀ ଜିଲ୍ଲାରେ ଗତ ମାସ ୨୨ ତାରିଖରୁ ଡିଏଲ୍‌ ପାଇଁ ସ୍ଲଟ୍‌ ବୁକିଂ ହୋଇଆସୁଛି ।

   Related Posts