ଖୁବ ଶୀଘ୍ର ଆରମ୍ଭ ହେବ DL, LL ଆବେଦନ ପ୍ରକ୍ରିୟା, ସମସ୍ତ ଆରଟିଓଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି-ପରିବହନ ମନ୍ତ୍ରୀ

Published By : Prameya-News7 Bureau | September 09, 2020 IST

ଭୁବନେଶ୍ୱର ୦୯।୦୯:  କରୋନା ପାଇଁ DL, LL ଆବେଦନ ପ୍ରକ୍ରିୟାକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଥିଲା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପୁଣି ଥରେ DL, LL ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

୨ ରୁ ୩ ଦିନ ଭିତରେ ଆରମ୍ଭ ହେବ DL, LL ଆବେଦନ ପ୍ରକ୍ରିୟା । ଏଥିପାଇଁ ସବୁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦିନକୁ ୨୦ ଜଣଙ୍କ ପାଇଁ ଟେଷ୍ଟ ଡ୍ରାଇଭ୍ ବ୍ୟବସ୍ଥା ହେବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । କରୋନା ପାଇଁ ବନ୍ଦ ରହିଥିଲା DL, LL ଆବେଦନ ପ୍ରକ୍ରିୟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.