Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଡ୍ରାଇଭିଂ ଲାଇସେନ୍ସ ସହ ହେବ ଆଧାର ଲିଙ୍କ

23/09/2019 at 3:29 PM

ନୂଆଦିଲ୍ଳୀ- ଡ୍ରାଇଭିଂ ଲାଇସେନ୍ସ ସହ ଏବେ ଆଧାର ଲିଙ୍କ କରାଯିବ । କେନ୍ଦ୍ର ଆଇନ, ଆଇଟି ଓ ପ୍ରସାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏ ବିଷୟରେ ସୂଚନା ଦେଇଛନ୍ତି । ଏହିଦ୍ୱାରା ହେଉଥିବା ବିଭିନ୍ନ ଜାଲିଆତି କାମକୁ ରୋକା ଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି ।

 ଏବେ ସାରା ଦେଶରେ ନୂଆ ମୋଟର ଭେଇକିଲ୍‌  ଆକ୍ଟ ବା ମୋଟର ଯାନ ଆଇନ କାର୍ଯ୍ୟକାରୀ ହୋଇଛି ।  ବିଭିନ୍ନ ନିୟମ ସହ ଜୋରିମାନାରେ ବଡ ପରିବର୍ତ୍ତନ କରାଯାଇଛି । ଟ୍ରାଫିକ ନିୟମ ଉଲ୍ଲଘଂନ କଲେ ୧୦ ଗୁଣା ଜୋରିମାନା ଆଦାୟ କରାଯାଉଛି । ଖୁବ ଶୀଘ୍ର ଡିଏଲ୍‌ ସହିତ ଆଧାର ଲିଙ୍କ କରାଯିବ ବୋଲି ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେଇଛନ୍ତି । ଦେଶରେ ଡ୍ରାଇଭିଂ ଲାଇସେନ୍ସକୁ ନେଇ ହେଉଥିବା ବିଭିନ୍ନ ପ୍ରକାରର ଜାଲିଆତି ଓ ଠକାମୀକୁ ରୋକିବା ପାଇଁ ଏପରି କରିବା ଅନିବାର୍ଯ୍ୟ ବୋଲି ସେ ସୂଚନା ଦେଇଛନ୍ତି । ଏପରି କଲେ ନକଲି ଡ୍ରାଇଭିଂ ଲାଇସେନ୍ସ ବି ତିଆରି କରାଯାଇ ପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ଆଧାର ସହ ଡିଏଲ୍‌ ଲିଙ୍କ କରାଗଲେ  ଏଥିଯୋଗୁଁ ହେଉଥିବା ବିଭିନ୍ନ ଭ୍ରଷ୍ଟାଚାରକୁ ରୋକାଯାଇ ପାରିବ ।  ଏପରି ଡିଜିଟାଲ ପ୍ରମାଣ ପତ୍ର ମିଳିଲେ ସରକାରୀ ଭାବେ ୧ ଲକ୍ଷ ୪୭ ହଜାର ୬୭୭ କୋଟି ଟଙ୍କା ଅପଚୟକୁ ରୋକାଯାଇ ପାରିବ ବୋଲି ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି ।

ଏପରି କରାଗଲେ ଦୂର୍ଘଟଣା ବେଳେ ତୁରନ୍ତ ଡ୍ରାଇଭର ବା ଚାଳକଙ୍କର ପରିଚୟ ମିଳି ପାରିବ । ନକଲି ଡ୍ରାଇଭିଂ ଲାଇସେନ୍ସ ଥିବା ଚାଳକମାନଙ୍କୁ ପୁଲିସ ଚିହ୍ନଟ କରିବା ସହଜ ହେବ ।

   Related Posts