Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

Aus Open ଟାଇଟାଲ ହାତେଇଲେ ନୋଭାକ ଜୋକୋଭିକ୍‌, ଅଷ୍ଟମ ବିଜୟ

2/02/2020 at 8:27 PM

ସିଡନୀ ୨।୨: ବିଶ୍ୱର ନମ୍ବର-୨ ଖେଳାଳି ନୋଭାକ ଜୋକୋଭିକ୍ ଅଷ୍ଟ୍ରେଲିଆନ ଓପନ ଟାଇଟଲ୍ ବିଜୟୀ ହୋଇଛନ୍ତି । ରବିବାର ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆର ଡୋନାମିକ ଥିମ୍‌ଙ୍କୁ ପରାସ୍ତ କରିଛନ୍ତି ଜୋକୋଭିକ୍ । ଏହା ସହ ଅଷ୍ଟମ ଥର ଲାଗି ଅଷ୍ଟ୍ରେଲିଆ ଓପନ ଟାଇଟଲ ବିଜୟୀ ହୋଇଛନ୍ତି ଜୋକୋଭିକ୍ ।

ତେବେ ପ୍ରଥମ ଥର ଅଷ୍ଟ୍ରେଲିଆନ ଓପନ ଫାଇନାଲ ପହଞ୍ଚିଥିବା ଡୋନାମିକ ଥିମ୍‌ ୬-୪, ୪-୬, ୨-୬, ୬-୩ ଓ ୬-୪ରେ ଜୋକୋଭିକ୍‌ଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଚଳିତ ବର୍ଷର ଟାଇଟଲ ବିଜୟ ସହ ସବୁଠୁ ଅଧିକବାର ଅଷ୍ଟ୍ରେଲିଆନ ଓପନ ଟାଇଟଲ ଜିତିବାର ରେକର୍ଡ ବି ନିଜ ନାମରେ କରିଛନ୍ତି କୋକୋଭିକ୍ ।  

ପୂର୍ବରୁ ଜୋକୋଭିକ୍ ୨୦୦୮, ୨୦୧୧, ୧୨ ଓ ୧୩, ୨୦୧୫ ଓ ୨୦୧୬ ଏବେ ୨୦୧୯ ଓ ୨୦ରେ ଲଗାତାର ଟାଇଟଲ ହାସଲ କରିଛନ୍ତି।   ୩୨ବର୍ଷୀୟ ଜୋକୋଭିକଙ୍କ କ୍ୟାରିୟରର ଏହା ୧୭ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ବିଜୟ ।

ସେହିପରି ଡୋନାମିକ୍ ଥିମ୍ ତୃତୀୟ ଥର ଗ୍ରାଣ୍ଡ ସ୍ଲାମ ଫାଇନାଲରେ ପ୍ରବେଶ କରିଥିଲେ । ହେଲେ ତୃତୀୟ ଥର ମଧ୍ୟ ଫାଇନାଲରେ ପରାସ୍ତ ହୋଇଛନ୍ତି ଥିମ୍‌ । ଏହାପୂର୍ବରୁ ୨୦୧୮ ଓ ୨୦୧୯ରେ ପ୍ରେଞ୍ଚ ଓପନ ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ୨ଥର ଯାକ ତାଙ୍କୁ ରନର୍ସଅପ ହେବାକୁ ପଡିଛି ।

   Related Posts