ଦିବ୍ୟାଙ୍ଗଙ୍କ ସହ ଦୀପାବଳି, ମାତୃପିତୃ ହୀନ ଅନ୍ତେବାସୀଙ୍କ ମୁହଁରେ ହସ ଫୁଟାଇବାକୁ ନୂଆ ଢଙ୍ଗରେ ଆଲାେକ ପର୍ବ ପାଳିଲେ ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ

Published By : Prameya-News7 Bureau | November 14, 2020 IST

ଝାରସୁଗୁଡା ୧୪।୧୧:  କରୋନା କଟକଣାକୁ ଦୃଷ୍ଟିରେ ରଖି ଭିନ୍ନ ଢଙ୍ଗରେ ଦୀପାବଳି ପାଳନ କରି ଦିବ୍ୟାଙ୍ଗ ଶିଶୁଙ୍କ ମନରେ ଖୁସି ଭରିବାର ପ୍ରୟାସ କରିଛି ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ। ବୁରୋମାଲରେ ଥିବା  ଦିବ୍ୟାଙ୍ଗ ସ୍କୁଲରେ ପାଳନ କଲା ଦୀପାବଳି ଉତ୍ସବ। 

ଝାରସୁଗୁଡାର ଅଗ୍ରଣୀ ସମାଜ ସେବା ସଂସ୍ଥା  ୟଙ୍ଗ ଷ୍ଟାର୍ସ ଚେରିଟେବୁଲ ଟ୍ରଷ୍ଟ  ବିଗତ ୧୦ ବର୍ଷ ଧରି ଦିଵ୍ୟାଙ୍ଗଙ୍କ ସହିତ ଯୋଡି ସେମାନଙ୍କୁ ସମାଜର ମୁଖ୍ୟ  ସ୍ରୋତରେ ସାମିଲ କରାଇବାର ପ୍ରୟାସ୍ ଜାରି ରଖିଛି। ଏହି ବର୍ଷ ମଧ୍ୟ କୋବିଡ଼ କଟକଣାକୁ ଦୃଷ୍ଟିରେ ରଖି ଝାଡେଶ୍ୱରୀ ସ୍ଵତନ୍ତ୍ର ବିଦ୍ୟାଳୟ ବୁଡପଡା, ବୁରୋମାଲର ହଷ୍ଟେଲରେ  ଥିବା ତିନି  ଚାରି  ଜଣ  ମାତୃପିତୃ ହୀନ ଅନ୍ତେବାସୀ ଅନ୍ତେବାସିନୀଙ୍କ ମୁଖରେ ହସ ଫୁଟାଇବା ପାଇଁ " ଦିଲ ଦିବ୍ୟାଙ୍ଗ ଓ ଦିବାଲି " କାର୍ଯ୍ୟକ୍ରମକୁ ଏକ  ନୂତନ ଢଙ୍ଗରେ ପାଳନ କରା ଯାଇଛି।

{"id":361820,"sizeSlug":"large"}

ଟ୍ରଷ୍ଟର ସଭାପତି ଇଂ ଅରବିନ୍ଦ ବାରିକଙ୍କ ଆବାହକତ୍ଵରେ ବିଭିନ୍ନ ସଂପ୍ରଦାୟରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ବ୍ରାହ୍ମଣ ମହାସଭାର ପୁର୍ବତନ ସଭାପତି ରବୀନ୍ଦ୍ର ଦୀକ୍ଷିତ, ମୁସଲିମ ସଂପ୍ରଦାୟରୁ ସମାଜସେବୀ ମହମ୍ମଦ ନାସିର, ଶିଖ ସମ୍ପ୍ରଦାୟରୁ ଦର୍ଶନ ସିଂ  ଯୋଗ ଦାନ କରି  ଦୀପ ପଜ୍ଜ୍ୱଳନ କରି  ଉତ୍ସବର ଶୁଭାରମ୍ଭ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଝାରସୁଗୁଡା ସତ୍ୟ ସାଇଁ ସେବା ସମିତିର ଆବାହକ ଜନ୍ମେଜୟ ଦାସ, କବି ନିକୁଞ୍ଜବିହାରି ମିଶ୍ର, ଶିକ୍ଷାବିତ ଅନନ୍ତରାମ ସାହୁ, ସ୍କୁଲର ସଚିବ ହରିଶଙ୍କର ପୁରୋହିତ, ସ୍କୁଲର ପ୍ରତିଷ୍ଠାତା ତଥା ଟ୍ରଷ୍ଟର ନିର୍ଦ୍ଦେଶକ ବିବେକା ନନ୍ଦ ମିଶ୍ର, ଟ୍ରଷ୍ଟର ଉପଦେଷ୍ଟା ରାଜେଶ ପାଢ଼ୀ,  ଦିଲ ଦିବ୍ୟାଙ୍ଗ ଓ ଦୀପାବଳି ଉପରେ ନିଜର ମତାମତ ରଖିବା ସହ ଏଭଳି ଏକ ଅଭିନବ ପ୍ରୟାସକୁ ସମସ୍ତ ଅତିଥି ସାଧୁବାଦ ଦେବା ସହ ଏହା ଏକ ସମନ୍ୱୟର ପର୍ବ ପାଳନ କୁ ପ୍ରଶଂସା କରିଥିଲେ।

ଏହି ଉତ୍ସବକୁ ଟ୍ରଷ୍ଟର ଉପସଭାପତି ବିଜୟ ସାହିଗଲ ଟ୍ରଷ୍ଟି ଅଭିଜିତ ବାରିକ, ସୋନୁ ୟାଦବ ସମେତ ସ୍କୁଲର କର୍ମଚାରୀ  ମିଳିତ ଭାବେ ସହଯୋଗ କରିଥିଲେ। ପରେ ମିଷ୍ଟାନ୍ନ ବଣ୍ଟନ କାରାଯାଇଥିଲା ଶେଷରେ ଶ୍ରୀ ଇଂ ବାରିକ ଧନ୍ୟବାଦ ଜ୍ଞାପନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.