Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଦୀପାବଳି ଦିନ ଅଯୋଧ୍ୟାରେ ଲାଗିବ ୧୨ ଲକ୍ଷ ଦୀପ , ଜାଣନ୍ତୁ ସରକାରଙ୍କ ପୁରା ପ୍ଲାନ…

1/11/2021 at 2:56 PM

ନୂଆଦିଲ୍ଲୀ ୦୧।୧୧ : ସମଗ୍ର ଦେଶରେ ଏବେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୀପାବଳିକୁ ବହୁତ ବଡ ଆକାରରେ ଧୁମଧାମ ସହ ସହିତ ପାଳନ କରାଯାଏ । ବିଶେଷ କରି ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ଦୀପାବଳି ପାଳନ କରାଯାଏ । ଗତ କିଛି ବର୍ଷ ଧରି, ଦିପାବଳୀ ଦିନ, ଲକ୍ଷ ଲକ୍ଷ ଦୀପ ଅଯୋଧ୍ୟା ନଗରିକୁ ଆଲୋକିତ କରାଯାଏ । ଗତ ବର୍ଷ ପରି ଏଥର ମଧ୍ୟ ଅଯୋଧ୍ୟାରେ ଏକ ନିଆରା ଦୀପାବଳି ପାଳନ କରାଯିବ। ଏହି ଦୀପାବଳିରେ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳାଯିବ। ଏଥିମଧ୍ୟରୁ ରାମଙ୍କ ପେଡି ଉପରେ ୯ ଲକ୍ଷ ଦୀପ ଏବଂ ବିଭିନ୍ନ ସ୍ଥାନରେ ୩ ଲକ୍ଷ ଦୀପ ଜଳାଯିବ। ଏହା ଏକ ନୁଆ ବିଶ୍ୱ ରେକର୍ଡ ହେବ । ତେବେ ଆଯୋଧ୍ୟାର  ଦୀପାବଳି କାର୍ଯ୍ୟକ୍ରମର ପୁରା ତାଲିକା ରହିଛି। ଜାଣନ୍ତୁ ଏହି ତାଲିକା ବିଷୟରେ…

୩ ନଭେମ୍ବରରେ ଦୀପଉତ୍ସବର ମୁଖ୍ୟ କାର୍ଯ୍ୟକ୍ରମ । ଦୀପଉତ୍ସବର କାର୍ଯ୍ୟକ୍ରମ ରାତି ୨.୩୦ ରୁ ଆରମ୍ଭ ହେବ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ ଅପରାହ୍ନ ୨ ଟାରେ ଅଯୋଧ୍ୟାରେ ପହଞ୍ଚିବେ। ଅପରାହ୍ନ ୨.୩୦ରେ ଶ୍ରୀ ରାମ ସୀତାଙ୍କ ହେଲିକପ୍ଟର ଯୋଗେ ପହଞ୍ଚିବେ ଏବଂ ଭରତ ମିଲାପ (ସାଙ୍କେତିକ) ହେବ । ଅପରାହ୍ନ ୩ ଟାରେ- ରାମାୟଣ ଚିତ୍ର ପ୍ରଦର୍ଶନୀରର ଉଦଘାଟନ ହେବ । ୩.୩୦ ଅପରାହ୍ନରେ ଶ୍ରୀ ରାମଙ୍କ ରାଜ୍ୟଭିଷେକ ହେବ । ୩.୪୫ ଅପରାହ୍ନରେ- ଅଯୋଧ୍ୟା ବିକାଶ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ।

ଏହା ସହ ଅପରାହ୍ନ ୪ଟାରେ – ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀଙ୍କ ଭାଷଣ ସମାରୋହ । ଅପରାହ୍ନରେ ୫.୨୦- ସରାୟୁ ଆରତୀର ଆୟୋଜନ ହେବ । ସନ୍ଧ୍ୟା ୬ଟା – ରାମଙ୍କ ପେଡିରେ ଦୀପଉତ୍ସବ ଆରମ୍ଭ ହେବ । ସନ୍ଧ୍ୟା ୬.୧୫ରେ – ରାମଙ୍କ ପେଡିରେ ୯ ଲକ୍ଷ ଦୀପ ଲାଗିବ , ଏହା ସହ ଅଯୋଧ୍ୟା ସହରରେ ୩ ଲକ୍ଷ ଦୀପ ଜଳାଯିବ । ତେବେ ଅଯୋଧ୍ୟାରେ ସମୁଦାୟ ୧୨ ଲକ୍ଷ ଦୀପ ଜଳାଯିବ । ସନ୍ଧ୍ୟା ୭ – ଯୋଗୀ ଆଦିତ୍ୟନାଥଙ୍କ ଭାଷଣ ରହିବ । ୭.୪୦ରେ – ରାମଙ୍କ ପେଡିରେ ଆୟୋଜିତ ଆତସବାଜି ଏବଂ ଲେଜର ଶୋ ହେବ । ରାତି ୮.୩୦ରେ – ଶ୍ରୀଲଙ୍କାର ସାଂସ୍କୃତିକ ଦଳ ଦ୍ୱାରା ରାମଲିଲା ମଞ୍ଚନ ହେବ । ରାତି ୯.୩୦ରେ ଏହି କାର୍ଯ୍ୟକ୍ରମ  ଶେଷ ହେବ ।

   Related Posts