Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଆସୁଛି ଦୀପାବଳି : କମୁଛି ଦୀପର ଚାହିଦା, ତଥାପି ଭଲ ରୋଜଗାର ଆଶାରେ କୁମ୍ଭାର ପରିବାର

31/10/2021 at 12:22 PM

ଚଣ୍ଡିଖୋଲ ୩୧।୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସମୟ ବଦଳିବା ସାଙ୍ଗକୁ ଚିକ୍ ମିକ୍ ଆଲୁଅରେ ଦୀପାବଳି ମନାଉଛନ୍ତି ଲୋକେ । ହେଲେ ଆଜି ବି ଦୀପାବଳିରେ ମାଟି ଦୀପର ବେଶ ଚାହିଦା ରହିଛି । ଆଗକୁ ଦୀପାବଳି ଆସୁଥିବାରୁ ଏବେ ଚଳଚଞ୍ଚଳ କୁମ୍ଭକାର ପରିବାର ।

ମାଟିରେ ଗଢ଼ା ହେଉଛି ଭଳିକି ଭଳି ଦୀପ । ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସୂଂଗୁଡା ପଞ୍ଚାୟତର କୁମ୍ଭାର ପରିବାର । ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୀପାବଳି ପାଇଁ ମହିଳା ମାନେ ତିଆରି କରୁଛନ୍ତି ମାଟି ଦୀପ । ପାଖାପାଖି ୪୦ ପରିବାର ଲୋକେ ଦୀପ ତିଆରି କରୁଛନ୍ତି । ସମୟ ବଦଳିବା ସାଙ୍ଗକୁ ଗ୍ରାହକଙ୍କ ଚାହିଦା ମଧ୍ୟ ବଦଳିଛି । ଦୀପାବଳିକୁ ଆଲୋକିତ କରିବା ପାଇଁ ଲିଚୁ ଲାଇଟ ଓ ଅନ୍ୟ ଇଲେକ୍ଟ୍ରି ସାମଗ୍ରୀକୁ ଗ୍ରାହକ ଆପଣେଇଛନ୍ତି । ହେଲେ ଆଜି ବି ମାଟି ଦୀପର ମଧ୍ୟ ବେଶ ଚାହିଦା ରହିଛି।  ବିଭିନ୍ନ ଆକୃତିର ଭଳିକି ଭଳି ତିଆରି ଚାଲିଛି ମାଟି ଦୀପ । ପ୍ରତିଟି ଘରେ ମାଟି ଦୀପ ତିଆରିରେ ବ୍ୟସ୍ତ ଦୀପ କାରିଗର। ଛୋଟ ଦୀପଠୁ ଆରମ୍ଭ କରି ବଡ଼ ଦୀପ । ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି ।

ତେବେ ଦୀପ ସହ ୬୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପ୍ରତିବର୍ଷ ଦୀପାବଳିରେ ପ୍ରତ୍ୟେକଟି ପରିବାର ଲୋକେ ୮୦୦୦ ରୁ ୧୦୦୦୦ ଦୀପ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଥାନ୍ତି ।କୁମ୍ଭାର ପରିବାର କେବଳ ଦୀପ ନୁହେଁ, ବରଂ ମାଟିରେ ଭଳିକି ଭଳି ଟେରାକୋଟା ଜିନିଷ ଓ ଦେବାଦେବୀଙ୍କ ମୂର୍ତ୍ତି ତିଆରି କରିଥାନ୍ତି । କିନ୍ତୁ କରୋନା  ଲାଗି ଏଥର ବେଶ ପ୍ରଭାବିତ ହୋଇଛନ୍ତି କୁମ୍ଭାର ପରିବାର ।

ସେମାନଙ୍କ ବ୍ୟବସାୟ ମାନ୍ଦା ରହିଥିବା ବେଳେ ଦୀପାବଳିରୁ କିଛି ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି । ଏଠାରୁ ବିଭିନ୍ନ ସ୍ଥାନକୁ ଦୀପ ବିକ୍ରି ହେଉଥିବା ବେଳେ ବେପାରୀ ମଧ୍ୟ ଆସି ଦୀପ ନେଉଛନ୍ତି। ମହିଳା ମାନେ ଘର କାମ ସାରି ଦୀପ ତିଆରି କରିବାରେ ନିଜକୁ ନିୟୋଜିତ କରି ଭଲ ଦି ପଇସା ରୋଜଗାର କରି ପାରୁଛନ୍ତି । ନିଜ କୌଳିକ ବୃତ୍ତିକୁ ଆପଣେଇ ବର୍ଷ ବର୍ଷ ଧରି ଏହି ମାଟିରେ ଭଳିକି ଭଳି ଜିନିଷ ତିଆରି କରି ପରିବାର ଚଳାଇ ଆସୁଛନ୍ତି କୁମ୍ଭାର ପରିବାର। ତେବେ କରୋନା କଟକଣା କୋହଳ ମଧ୍ୟରେ ଭଲ ଦି ପଇସା ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କୁମ୍ଭାର ପରିବାର ।

   Related Posts