ଦୀପାବଳିରେ ଏହି TVS ସ୍କୁଟରରେ ମିଳୁଛି ଆକର୍ଷଣୀୟ ଅଫର୍ ସହ କ୍ୟାସବ୍ୟାକ୍

Published By : Prameya-News7 Bureau | November 01, 2020 IST

ନୂଆଦିଲ୍ଲୀ ୦୧/୧୧ : ପାର୍ବଣ ଋତୁରେ ଅନେକ ସାମଗ୍ରୀରେ କମ୍ପାନୀ ଅଫର ଦେଉଛି। ଟିଭିଏସ୍ କମ୍ପାନୀ ମଧ୍ୟ ସବୁଠାରୁ ଅଧିକ ବିକ୍ରି ହେଉଥିବା ସ୍କୁଟି TVS Jupiter ଉପରେ ଆକର୍ଷଣୀୟ ଅଫର ଦେଉଛି। କମ୍ପାନୀ ଏଥିରେ ଜିରୋ ଫାଇନାନ୍ସ ରୁ କ୍ୟାସବ୍ୟାକ ଯାଏଁ ଅଫର୍ ଦେଉଛି। ଏହି ଅଫର ଅନୁସାରେ ଆପଣ କୌଣସି ଡାଉନ୍ ପେମେଣ୍ଟ ନ ଦେଇ ଗାଡି କିଣିପାରିବେ। ଯଦି ଆପଣ ବ୍ୟାଙ୍କ ଅଫ ବରୋଦା କିମ୍ବା ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ କାର୍ଡ କିମ୍ବା କ୍ରେଡିଟ କାର୍ଡରୁ ପେମେଣ୍ଟ କରିବେ ତାହେଲେ ୫ ପ୍ରତିଶତ କ୍ୟାସବ୍ୟାକ୍ ମଧ୍ୟ ମିଳିବ।

{"id":354306,"sizeSlug":"large"}

ଏହି ଅଫରକୁ ଆହୁରି ଆକର୍ଷଣୀୟ କରିବାକୁ କମ୍ପାନୀ ଇଏମଆଇ ବିକଳ୍ପ ମଧ୍ୟ ଦେଇଛି। ଆପଣ ମାସକୁ ମାତ୍ର ୨୨୨୨ ଟଙ୍କା ଇଏମଆଇରେ ଗାଡି କିଣିପାରିବେ। ତାଛଡା କମ୍ପାନୀ ୪ ହାଜର ୫୦୦ ଟଙ୍କା ଯାଏଁ ପେଟିଏମ କ୍ୟାସବ୍ୟାକ ମଧ୍ୟ ଦେଉଛି।

{"id":354310,"sizeSlug":"large"}

TVS ଏହି ସ୍କୁଟିରେ ୟୁଏସଭି ଚାର୍ଜର, ଫ୍ରଣ୍ଟରେ ଷ୍ଟୋରେଜ ସ୍ପେସ ଓ ଟିଣ୍ଟେଡ୍ ଭାଇଜର ଭଳି ନୂଆ ଫିଚର୍ ମଧ୍ୟ ଆଡ୍ କରାଯାଇଛି। ଏଥିରେ 110cc ଇଞ୍ଜିନ୍ ଦିଆଯାଇଛି। ବିଏସ୪ ଭର୍ସନରେ ଏହି ଇଞ୍ଜିନ୍ 7.9 bhp ପାୱାର ଓ 8.4 Nm ପିକ ଟର୍କ ଜେନେରେଟ କରିଥାଏ। ଜୁପିଟର୍ କ୍ଲାସିକ୍ ଇଟି-ଏଫଆଇ ସ୍କୁଟର୍ ଅନେକ ରଙ୍ଗରେ ଉପଲବ୍ଧ। ଏଥିରେ ସନଲାଇଟ୍ ଆଇଭରି, ଅଟମ ବ୍ରାଉନ ଓ ନୂଆ ଇଣ୍ଡିବ୍ଲୁ ଶେଡ୍ ଉପଲବ୍ଧ।

{"id":354308,"sizeSlug":"large"}

Honda Activa 6G ପାୱାର ସମ୍ବନ୍ଧରେ ଯଦି କୁହାଯାଏ ତାହେଲେ ଏଥିରେ 109.51cc ଇଞ୍ଜିନ ରହିଛି ଯାହା 8000 Rpm ରେ 5.73 kW ପାୱାର 5250 Rpm ରେ 8.79 Nm ଟର୍କ ଜେନେରେଟ କରିଥାଏ। ଏହି ସ୍କୁଟର ଅଟୋମେଟିକ ଟାଇପ୍ କ୍ଲଚ୍ ଲେସ୍। ସ୍ସପେନ୍ସ ହେଲା ଏଥିରେ Honda Activa 6G ଫ୍ରଣ୍ଟରେ ଟେଲିସ୍କପିକ୍ ସସ୍ପେନସ୍ନ ସସ୍ପେନସନ୍ ଓ ରିୟରରେ ୩-ସ୍ଟେପ ଆଡଜଷ୍ଟେବଲ୍ ସ୍ପ୍ରିଙ୍ଗ ଲୋଡେଡ୍ ହାଇଡ୍ରୋଲିକ୍ ସସ୍ପେନସନ୍ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.