Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

BSNLର ଗ୍ରାହକଙ୍କ ପାଇଁ ଦୀପାବଳିର ଉପହାର, ୨ ଦିନ ପାଇଁ ଫ୍ରି ଅନ୍‌ଲିମିଟେଡ କଲିଂ

27/10/2019 at 4:18 PM

ଭାରତ ସଂଚାର ନିଗମ ଲିମିଟେଡ୍‌ (BSNL) ଫେଷ୍ଟିଭ ସିଜିନ ଓ ଦିପାବଳୀ ଉପଲକ୍ଷେ ନିଜ ଗ୍ରାହକଙ୍କ ପାଇଁ ଉପହାର ଘୋଷଣା କରିଛି। କମ୍ପାନୀ ଅନୁସାରେ BSNLର ଗ୍ରାହକଙ୍କୁ ଆଜି ଓ କାଲି ପାଇଁ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂର ଲାଭ ଉଠାଇପାରିବେ। କମ୍ପାନୀର ଏହି ଅଫର ବ୍ରଡବ୍ୟାଣ୍ଡ ଓ ଲ୍ୟାଣ୍ଡଲାଇନ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କମ୍ପାନୀ ଅନୁସାରେ ଏହି ଫ୍ରି ଅନ୍‌ଲିମିଟେଡ କଲିଂ ଭାରତର ସବୁ ସ୍ଥାନର ଲ୍ୟାଣ୍ଡଲାଇନ ଓ ମୋବାଇଲ ନମ୍ବରରେ କରାଯାଇପାରିବ। 

କମ୍ପାନୀର ଏମିତି ଅନେକ ପ୍ଲାନ ଅଛି ଯେଉଁଥିରେ ଫ୍ରି ଅନ୍‌ଲିମିଟେଡ କଲିଂର ସୁବିଧା ରହିଛି। ଅବଶ୍ୟ ଏହି ପ୍ଲାନ କେବଳ ସପ୍ତାହ ଶେଷରେ ବା ୱିକଏଣ୍ଡରେ ମିଳେ ଓ ୱିକଡେଜ୍‌ରେ କଲିଂ ଚାର୍ଜ ପଡେ। ସେହିଭଳି ବ୍ରଡବ୍ୟାଣ୍ଡ ବଣ୍ଡଲ ପ୍ଲାନରେ ମଧ୍ୟ ଫ୍ରି ଅନଲିମିଟେଡ କଲିଂର ଗୋଟେ ଫିକ୍ସ ସମୟ ଥାଏ ହେଲେ ଆଜି ଓ କାଲି ଗ୍ରାହକ ୪୮ ଘଣ୍ଟା ଅନ୍‌ଲିମିଟେଡ କଲିଂ କରିପାରିବେ।   

ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପ୍ୟାକେଜ ଜଡିତ ସୂଚନା ସେୟାର କରି କହିଛନ୍ତି ଯେ, ଭାରତ ସଂଚାର ନିଗମ ଲିମିଟେଡରେ ମହାନଗର ଟେଲିଫୋନ ନିଗମ ଲିମିଟେଡର ମିଶ୍ରଣକୁ ମଞ୍ଜୁରୀ ଦିଆଯାଇଛି।

   Related Posts