ଆଜି ଆଲୋକର ପର୍ବ ଦୀପାବଳି ; ସାରା ଦେଶରେ ଉତ୍ସବର ମାହୋଲ

Published By : Prameya-News7 Bureau | November 07, 2018 IST

ଭୁବନେଶ୍ବର ୭|୧୧:  ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ସାରା ଦେଶରେ ଉତ୍ସବର ମାହୋଲ । ଦୀପ ଜାଳି, ବାଣ ଫୁଟାଇ, ମିଠାପିଠାରେ ଦୀପାବଳି ପାଳନ କରିବାକୁ ସବୁଆଡେ ସ୍ବତନ୍ତ୍ର ପ୍ରସ୍ତୁତି । ଘରକୁ ଦୀପ ଓ ବିଭିନ୍ନ ରଙ୍ଗବେରଙ୍ଗ ଲାଇଟରେ ସଜାଇ, ପରସ୍ପରକୁ ମିଠାଖୁଆଇ ଦୀପାବଳୀକୁ ପାଳନ କରିବେ ସମସ୍ତେ । ଏଥର ମଧ୍ୟ ସୁରକ୍ଷିତ ଓ ପ୍ରଦୂଷଣ ମୁକ୍ତ ଦୀପାବଳି ପାଳନ ପାଇଁ ଗୁରୁତ୍ବ ଦିଆଯାଇଛି ।  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ସନ୍ଧ୍ୟାରେ ଦୀପଜାଳି ବଡବଡୁଆଙ୍କୁ ଡାକିବା ସହିତ ପିତୃପୁରୁଷଙ୍କୁ ମନେପକାଇବାର ସ୍ବତନ୍ତ୍ର ପରମ୍ପରା ରହିଛି । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଛି । ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ ସିଂହଦ୍ବାରରେ ବଡ଼ବଡୁଆ ଡାକିବେ ଲୋକେ । ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ଭୁବନେଶ୍ବର ବିନ୍ଦୁସାଗରରେ ମଧ୍ୟ ପିଣ୍ଡଦାନ କରିବେ ଶ୍ରଦ୍ଧାଳୁ। ବିଶ୍ବାସ ରହିଛି ପ୍ରଭୁ ରାମଚନ୍ଦ୍ର ବନବାସରୁ ଫେରିବା ପରେ ଲୋକେ ଆନନ୍ଦରେ ଦୀପଜାଳି ସ୍ବାଗତ କରିଥିଲେ । ସେବେଠାରୁ ସେ ଦିନକୁ ଦୀପାବଳି ଭାବେ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.