Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଦୁବାଇରେ ଦୀପାବଳିର ଧୂମ: ପୋଲିସ ବ୍ୟାଣ୍ଡ ବଜାଇଲେ ଜାତୀୟ ସଙ୍ଗୀତ, ଦେଖନ୍ତୁ ଭିଡିଓ

26/10/2019 at 4:01 PM

ଦୁବାଇ :  ରାତି ପାହିଲେ ଆଲୋକର ପର୍ବ ଦୀପାବଳି। ଭାରତରେ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ଭାରତରେ ଦୀପାବଳିର ମାହୋଲ ଜମିବା ପୂର୍ବରୁ ଦୁବାଇରେ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଦୁବାଇରେ  ଲୋକେ  ଦୀପାବଳି ପାଳନ କରିବା ସହ ସୋସାଲମିଡିଆରେ ଭିଡିଓ ଅପଲୋଡ କରୁଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଦୁବାଇ ଦୀପାବଳି ଭିଡିଓ ଭାଇରାଲ ହେବାର ଯେଉଁ କାରଣଟି ରହିଛି ତାହା ହେଉଛି ଉତ୍ସବ ପାଳନ ଅବସରରେ ସେଠାକାର ପୋଲିସ ବ୍ୟାଣ୍ଡରେ ଭାରତର ଜାତୀୟ ସଙ୍ଗୀତ ବାଜିବା। 

ଦୁବାଇ ପୋଲିସର ବ୍ୟାଣ୍ଡ ସହ  ତାଳ ଦେଇ ଲୋକେ ଜାତୀୟ ସଙ୍ଗୀତ ଗାନ କରିବା ସହ ଆତସବାଜୀରେ ଦୁବାଇ ଆକାଶକୁ ରଙ୍ଗୀନ କରୁଥିବାର ଭିଡିଓରେ ଦେଖାଯାଇଛି। ଦୀପାବଳି ଲାଗି ମଲସିଟିରେ ଆତସବାଜୀ ସହିତ ଆଲୋକ ସଜ୍ଜା, ବଲିଉଡ ନୃତ୍ୟ ପରିବେଷଣ ଆଦି ମାହୋଲକୁ ଅଧିକ ରଙ୍ଗୀନ କରିଥିଲା। ଦୁବାଇ ଭ୍ରମଣରେ ଆସିଥିବା ପର୍ଯ୍ୟଟକ ମଧ୍ୟ ଭାରତ ବାହାରେ ଭାରତର ଉତ୍ସବକୁ ଖୁବ ଉପଭୋଗ କରିଥିବା ବେଳେ ଅନୁଷ୍ଠିତ ହାତୀ ଗାର୍ଡେନ କାର୍ଯ୍ୟକ୍ରମ ସେମାନଙ୍କୁ ବେଶ ଆକର୍ଶିତ କରିଥିଲା।

କାର୍ଯ୍ୟକ୍ରମରେ ହାତୀଙ୍କ ସଂରକ୍ଷଣ ଉଦ୍ଦେଶ୍ୟରେ ଦୀପାବଳି ଅବସରେ ହାତୀ ପ୍ୟାରେଡର ଆୟୋଜନ ହୋଇଥିଲା। ଯେଉଁଥିରେ ୫୦ ହାତୀଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ପରିକ୍ରମା କରାଯିବା ସହ ହାତୀଙ୍କ ସଂରକ୍ଷଣ ନେଇ ଜନସଚେତନତା ସୃଷ୍ଟି ଲାଗି ଉଦ୍ୟମ କରାଯାଇଥିଲା। ଭାରତରେ ଏବେ ହାତୀଙ୍କ ମୃତ୍ୟୁହାର ବଢିବାରେ ଲାଗିଛି। କେଉଁଠି ହାତୀ ମଣିଷ ଲଢେଇ ତ କେଉଁଠି ଦୁର୍ଘଟଣାରେ ହାତୀଙ୍କ ମୃତ୍ୟୁ ହେବାରେ ଲାଗିଛି। ତେବେ ପ୍ରକୃତିର ଏହି ଉପହାରର ସଂରକ୍ଷଣ ଲାଗି ଦୁବାଇ ବାସିନ୍ଦା ଭାରତୀୟମାନଙ୍କ ଉଦ୍ୟମକୁ ଖୁବ୍ ପ୍ରଶଂସା କରାଯାଇଛି।    

   Related Posts