Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ, ନେଇପାରେ ଅବପାତର ରୂପ
  • ||
  • ସଂକ୍ରମଣ ସାମାନ୍ୟ କମିଲା : ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୧୧ ହଜାରରୁ ଅଧିକ ପଜିଟିଭ୍, ୪୦୭୭ ମୃତ
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ପାକିସ୍ତାନରେ ପାଳନ ହେଲା ଦୀପାବଳି: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଲେ ଶୁଭକାମନା

15/11/2020 at 12:26 PM

କରାଚୀ ୧୫/୧୧ : ଭାରତ ସହ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦୀପାବଳି ଧୂମଧାମରେ ପାଳନ କରାଯାଇଛି। ଦୀପାବଳି  ଅବସରରେ କରାଚୀର ସ୍ୱାମୀ ନାରାୟଣ ମନ୍ଦିରକୁ ନାନା ରଙ୍ଗର ଲାଇଟରେ ସୁସଜ୍ଜିତ କରାଯାଇଥିଲା। ଲୋକେ ମନ୍ଦିର ଯାଇ ଦୀପ ଲଗାଇ ଦୀପାବଳି ପାଳନ କରିଥିଲେ। ଦୀପାବଳି ଅବସରରେ ଲୋକେ ନିଜ ନିଜ ଘରେ ମଧ୍ୟ ଦୀପ ଓ ବିଭିନ୍ନ ରଙ୍ଗର ଲାଇଟ ଲଗାଇ ଧୂମଧାମରେ ପାଳନ କରିଛନ୍ତି। ସ୍ୱାମୀ ନାରାୟଣ ମନ୍ଦିରରେ ଲୋକଙ୍କ ଭିଡ ଜମିଥିଲା।

ପାକିସ୍ତାନ କରାଚୀରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ରୀତିନୀତି ଅନୁସାରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହିନ୍ଦୁମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସମସ୍ତ ହିନ୍ଦୁ ନାଗରିକଙ୍କୁ ହେପି ଦୀପାବଳି’

୧୯୪୭ ମସିହାରେ ପାକିସ୍ତାନରେ ହିନ୍ଦୁଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୨୪ ପ୍ରତିଶତ ଥିଲା। ବର୍ତ୍ତମାନ ହିନ୍ଦୁଙ୍କ ଜନସଂଖ୍ୟା ହ୍ରାସ ପାଇ ପାଖାପାଖି ଏକ ପ୍ରତିଶତ ରହିଛି। ପାକିସ୍ତାନରେ ବହୁ ସଂଖ୍ୟାରେ ହିନ୍ଦୁଙ୍କ ଧର୍ମାନ୍ତରୀକରଣ କରିଦିଆଯାଇଛି। ଏଥିପାଇଁ ଅନେକ ଲୋକ ଏଠାରୁ ପଳାୟନ ମଧ୍ୟ କରିଛନ୍ତି।

   Related Posts