ଆଜି ଆଲୋକର ପର୍ବ ଦୀପାବଳି, ଗାଁଠୁ ସହର ସବୁଠି ଉତ୍ସବର ପରିବେଶ

Published By : Prameya-News7 Bureau | November 04, 2021 IST

ଭୁବନେଶ୍ୱର ୦୪।୧୧:  ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ଲୋକେ ମାଟି ଦୀପ , ରଙ୍ଗୀନ ଆଲୋକରେ ଘର ସଜାଇ ଦିପାବଳି ପାଳିବାକୁ ସଜବାଜ କରିଛନ୍ତି । ଗତ ବର୍ଷ କରୋନା କଟକଣା ପାଇଁ ଦୀପାବଳି ଫିକା ପଡିଥିଲା । ହେଲେ ଏଥରର ଦୀବାଲି ପୂରା ଫିକା ପଡ଼ିବନି । ଦୀପ ଜଳିବ, ମହମବତୀ ଜଳିବ, ଲିଚୁ ଲାଇଟ ବି ଜଳିବ। ତା ସାଙ୍ଗକୁ ବାଣ ବି ଫୁଟିବ। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେବଳ ଗ୍ରୀନ କ୍ରାକର ହିଁ ଫୁଟିବ । ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ୨ ଘଣ୍ଟା ପାଇଁ ଫୁଟିବ ବାଣ। ଏହି ଦିନ ମା କାଳିଙ୍କ ଆରାଧନା ମଧ୍ୟ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏ ଗ୍ରୀନ କ୍ରାକର କଣ-
୧- ଯେଉଁସବୁ ବାଣର ଆକାର ଛୋଟ ଥିବ ଏବଂ ଯେଉଁଗୁଡ଼ିକୁ ଫୁଟାଇଲେ କମ ଶବ୍ଦ ଓ କମ ଧୂଆଁ ବାହାରୁଥିବ ସେସବୁ ଗ୍ରୀନ କ୍ରାକର ପରିସରଭୂକ୍ତ
୨- ବାଣରେ ବ୍ୟବହାର କରାଯାଉଥିବା କିଛି ନିର୍ଦ୍ଦିଷ୍ଟ କ୍ଷତିକାରକ ରାସାୟନିକ ପଦାର୍ଥ ଆର୍ସେନିକ, ଲିଥିୟମ, ବେରିୟମର ବ୍ୟବହାର ଆଦୌ ହୋଇନଥିବା କିମ୍ବା କମ ହୋଇଥିବ
୩- ଗ୍ରୀନ କ୍ରାକର ତିଆରି ପାଇଁ କିଛି କମ୍ପାନି CSIR-NEERI ସହିତ ଅନୁବନ୍ଧିତ ହୋଇଛନ୍ତି। ପରିବେଶ ଅନୁକୂଳ ସେମାନେ ଗ୍ରୀନ କ୍ରାକର ତିଆରି କରିଛନ୍ତି। ସେହିପରି ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି ଅର୍ଗାନାଇଜେସନ ପିଇଏସଓ ଏସବୁର ଉତ୍ପାଦନକୁ ଅନୁମତି ଦେଇଥିବେ।
୪ - ପାରମ୍ପରିକ ବାଣ ଠାରୁ ଗ୍ରୀନ କ୍ରାକର ୩୦ ପ୍ରତିଶତ କମ ପ୍ରଦୂଷଣ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.