Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

କେବଳ ଲକ୍ଷ୍ମୀଙ୍କ ଏକୁଟିଆ ଫଟୋ ନୁହେଁ ବରଂ ଭଗବାନ ବିଷ୍ଣୁଙ୍କ ସହ ବିରାଜମାନ କରିଥିବା ମାଆ ଲକ୍ଷ୍ମୀଙ୍କ ଫଟୋ କରନ୍ତୁ ପୂଜା : ଭରିଯିବ ସୁଖ ସମୃଦ୍ଧି

26/10/2019 at 5:07 PM

ନୂଆଦିଲ୍ଲୀ ୨୬/୧୦: ଆସନ୍ତା କାଲି ଦୀପାବଳି। ଦୀପାବଳିରେ ମାଆ ଲକ୍ଷ୍ମୀଙ୍କର ମୂର୍ତ୍ତି ସହ ଫଟୋ ମଧ୍ୟ ପୂଜା କରାଯାଇଥାଏ। ମାଆ ଲକ୍ଷ୍ମୀଙ୍କର ଫଟୋ କିଣିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ….

  • ପୂଜା ପାଇଁ ମାଆ ଲକ୍ଷ୍ମୀଙ୍କର ଏପରି ଫଟୋ କିଣନ୍ତୁ, ଯେଉଁଥିରେ ସେ ପଦ୍ମ ଉପରେ ବିରାଜମାନ କରିଥିବେ।
  • ଫଟୋରେ ମାଆ ଲକ୍ଷ୍ମୀଙ୍କ ସହ ଯଦି ଐରାବତ ହାତୀ ଥିବେ ତେବେ ଏହା ପୂଜା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
  • ଯଦି ଫଟୋରେ ମାଆ ଲକ୍ଷ୍ମୀଙ୍କ ଦୁଇ ପାର୍ଶ୍ବରେ ଦୁଇଟି ହାତୀ ପାଣି ବୋହୁଥିବା ଅବସ୍ଥାରେ ଛିଡ଼ା ହୋଇଥିବେ ଏବଂ ମୁଦ୍ରାବର୍ଷା କରୁଥିବେ ତେବେ ଏହି ଫଟୋ ଅତ୍ୟନ୍ତ ଶୁଭ ହୋଇଥାଏ।
  • ଯେଉଁ ଫଟୋରେ ମାଆ ଲକ୍ଷ୍ମୀଙ୍କ ହାତୀ ଶୁଣ୍ଢରେ କଳସ ଧରିଥିବ ତେବେ ଏପରି ଫଟୋ ଘରର ସୁଖ ସମୃଦ୍ଧି ପାଇଁ ଶୁଭ ଗଣାଯାଇଥାଏ।
  • ଲକ୍ଷ୍ମୀଙ୍କର ଏପରି ଫଟୋ କିଣନ୍ତୁ ନାହିଁ,ଯେଉଁଥିରେ ଦେବୀଙ୍କ ଗୋଡ଼ ଦେଖାଯାଉଥିବ। ଫଟୋରେ ଯଦି ଲକ୍ଷ୍ମୀଙ୍କର ଗୋଡ଼ ଦେଖାଯାଉଥିବ ତେବେ ଏହି ଲକ୍ଷ୍ମୀ ଗୋଟିଏ ସ୍ଥାନରେ ତିଷ୍ଠି ନଥାଆନ୍ତି। ଏଥିପାଇଁ ବସିଥିବା ଲକ୍ଷ୍ମୀ ପୂଜା ପାଇଁ ଶ୍ରେଷ୍ଠ ହୋଇଥାଆନ୍ତି।
  • ମାଆ ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହ ଗରୁଡ଼ ଦେବତାଙ୍କ ଉପରେ ବିରାଜମାନ ହୋଇଥିବା ଫଟୋ ପୂଜା ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ଫଟୋ ପୂଜା କରିବା ଦ୍ବାରା ଘରେ ସୁଖ ସମୃଦ୍ଧି ସହିତ ଶାନ୍ତି ମଧ୍ୟ ବଜାୟ ରହିଥାଏ। ବୈବାହିକ ଜୀବନରେ ପ୍ରେମ ବଜାୟ ରହିଥାଏ।
  • ପେଚା ଉପରେ ବିରାଜମାନ ହୋଇଥିବା ମାଆ ଲକ୍ଷ୍ମୀଙ୍କ ଫଟୋ ପୂଜା କରିବା ଅନୁଚିତ୍। କେବେ ବି ଏକା ମାଆ ଲକ୍ଷ୍ମୀଙ୍କର ପୂଜା କରିବା ଅନୁଚିତ୍। ଫଟୋରେ ଗଣେଶ ଏବଂ ସରସ୍ବତୀ ମଧ୍ୟ ରହିଲେ ଏହା ଖୁବ୍ ଶୁଭ ହୋଇଥାଏ। ମାଆ ଲକ୍ଷ୍ମୀ ଦୁଇ ହାତରେ ଧନ ବର୍ଷା କରୁଥିବା ଫଟୋ ମଧ୍ୟ ଖୁବ୍ ଶୁଭ ହୋଇଥାଏ।

   Related Posts