ଫୈସଲା ଅନ୍ ଦ ସ୍ପଟ୍ : ଅଭିନେତ୍ରୀଙ୍କୁ ଅଶ୍ଳୀଳ ଭାବେ ଛୁଇଁବା ପଡ଼ିଲା ମହଙ୍ଗା : ସର୍ବସମ୍ମୁଖରେ ଯୁବକକୁ ମାରିଥିଲେ ଚାପୁଡ଼ା
16/04/2020 at 8:26 PM

ମୁମ୍ବାଇ ୧୬/୪: ‘ୟେ ହେ ମୋହବତେଁ’ରେ ଡା. ଇଶିତା ଭଲ୍ଲାଙ୍କ ଭୂମିକାରେ ଲୋକପ୍ରିୟ ହୋଇଥିବା ଦିବ୍ୟଙ୍କା ତ୍ରିପାଠୀ ଇନଷ୍ଟାଗ୍ରାମରେ ନିଜ ସହ ହୋଇଥିବା ଦୁର୍ବବ୍ୟବହାର ବିଷୟରେ କହିଛନ୍ତି। ସେ କହିଥିଲେ ଯେ ଥରେ ଅଶାଳୀନ ଭାବେ ଛୁଇଁଥିବା ଯୋଗୁଁ ସେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ପରେ ସ୍ଥାନୀୟ ଲୋକେ ସେହି ବ୍ୟକ୍ତିଙ୍କୁ ନିର୍ଦ୍ଧୁମ୍ ପିଟିଥିଲେ।

ଏହି ଘଟଣାଟି ଏକ ଥିଏଟରର। ସେହି ସମୟରେ ସିଙ୍ଗଲ୍ ସ୍କ୍ରିନର ଟିକେଟ ବ୍ଲାକରେ ବିକ୍ରି ହେଉଥିଲା। ଏଥିପାଇଁ ବହୁତ ଭିଡ଼ ହେଉଥିଲା। ସେ ଫିଲ୍ମ ଦେଖିବାକୁ ଯାଇଥିଲେ ଏବଂ ଟିକେଟ କିଣିବା ପାଇଁ ଲାଇନରେ ଛିଡ଼ା ହୋଇଥିଲେ। ସେତିକିବେଳେ ଜଣେ ଯୁବକ ଭିଡ଼ର ସୁଯୋଗ ଉଠାଇ ତାଙ୍କ ସମ୍ବେଦନଶୀଳ ସ୍ଥାନରେ ଛୁଇଁଥିଲା। ସେ ରାଗିଯାଇ ଯୁବକର ମୁହଁ ନ ଦେଖି ତା’ ହାତକୁ ଜାବୁଡ଼ି ଧରିଥିଲେ। ସେ ଭିଡ଼ରେ ଦୌଡ଼ିବାକୁ ଉଦ୍ୟମ କରୁଥିବାବେଳେ ସେ ତା’ର ହାତ ଛାଡ଼ି ନଥିଲେ ଏବଂ ତା ସହିତ ଟାଣି ହୋଇ ବାହାରକୁ ଆସିଯାଇଥିଲେ। ଏହା ପରେ ସେ ତା ମୁହଁ ଦେଖିଥିଲେ ଏବଂ ତାକୁ ଜୋରରେ ଚାପୁଡ଼ା ମାରିଥିଲେ। ଏହା ପରେ ଲୋକେ ତାକୁ ନିସ୍ତୁକ ଛେଚିଥିଲେ।
କରୋନା ଭାଇରସ୍ ଲକଡାଉନ୍ ଯୋଗୁଁ ଦିବ୍ୟଙ୍କା ମୁମ୍ବାଇରେ ସ୍ବାମୀ ବିବେକ ଦହିୟାଙ୍କ ସହ ଘରେ ସମୟ ବିତାଉଛନ୍ତି। ନିକଟରେ ସେ ବିବେକଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ।
ଏକ ଭିଡିଓରେ ଦିବ୍ୟଙ୍କା ନିଜ ଫ୍ୟାନ୍ସଙ୍କୁ ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିରେ ଯୋଗଦାନ କରିବାକୁ ଅପିଲ କରିଥିଲେ।
