ଡିଜିଟାଲ ଦୁନିଆରେ ଦିବ୍ୟଙ୍କା
9/09/2018 at 12:31 PM

ମୁମ୍ବାଉ ୯/୯: ଛୋଟ ପରଦାର ସୁନ୍ଦରୀ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ ଖୁବ୍ ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଦର୍ଶକମାନେ ତାଙ୍କୁ ଇଶିତା ଚରିତ୍ରରେ ଦେଖି ଆସିଛନ୍ତି। ଇଶିତା ଚରିତ୍ରଟି ଦିବ୍ୟଙ୍କାଙ୍କ ଅଭିନୟ ଜୀବନର ଏକ ମାଇଲଖୁଣ୍ଟ କହିଲେ ଭୁଲ୍ ହେବ ନାହିଁ। ଏବେ ଦିବ୍ୟଙ୍କା ଟିଭି ପରଦାରୁ ବାହାରି ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ରଖିବାକୁ ଯାଉଛନ୍ତି। ମିଳିଥିବା ସୂଚନା ଅନୁସାରେ ସେ ଏକତା କପୁରଙ୍କ ଓ୍ବେବ୍ ସିରିଜରେ କାମ କରିବାକୁ ଯାଉଛନ୍ତି। ଏହା ଏକ ରୋମାଣ୍ଟିକ ସିରିଜ୍ ହେବ ବୋଲି ଜାଣିବାକୁ ମିଳିଛି। ଏଥିରେ ଦିବୃଙ୍କା ଜଣେ ସେଫ୍ ଚରିତ୍ରରେ ନଜର ଆସିବେ। ଖୁବ୍ ଶୀଘ୍ର ଏହି ସିରିଜ୍ ଏକତାଙ୍କ ଡିଜିଟାଲ ଚ୍ୟାନେଲ୍ ଏଏଲଟି ବାଲାଜିରେ ପ୍ରସାରିତ ହେବାକୁ ଯାଉଛି। ଇଶିତା ଚରିତ୍ର ଭଳି ଏହି ନୂଆ ଚରିତ୍ରରେ ବି ଦିବ୍ୟଙ୍କା ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇବେ ବୋଲି ଆଶା।