Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ସୋସିଆଲ ମିଡ଼ିଆରେ ବିଜେପି ଭୋଟରଙ୍କୁ ଫ୍ରି ଗିଫ୍ଟ ଦେଉଥିବା ଅଭିଯୋଗ କଲେ କଂଗ୍ରେସର ଦିବ୍ୟା ସ୍ପନ୍ଦନା

29/03/2019 at 12:31 PM

ଦିଲ୍ଲୀ ୨୯/୩ : କଂଗ୍ରେସ ଆଇଟି ସେଲ ମୁଖ୍ୟ ଦିବ୍ୟା ସ୍ପନ୍ଦନା ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇଛନ୍ତି | ସୋସିଆଲ ମେଡିଆ ପେଜରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଦଳ ଫ୍ରି ଗିଫ୍ଟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି | ମୋଦିଙ୍କୁ ସମର୍ଥନ କରିବା ପାଇଁ ଭୋଟରଙ୍କୁ ପ୍ରଲୋଭିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ଦିବ୍ୟା | ଫେସବୁକ ପେଜ ଜରିଆରେ ମୋଦିଙ୍କୁ ସମର୍ଥନ କରିବା ପାଇଁ ଲୋକଙ୍କୁ ଫ୍ରି ସାର୍ଟ, ମୋବାଇଲ ଫୋନ କଭର ଏବଂ ଟୋପି ଦିଆଯାଉଛି | ଅତି ଶୀଘ୍ର ଏହି ପେଜକୁ ବନ୍ଦ କରିବା ପାଇଁ ଦିବ୍ୟା ନିର୍ବାଚନ ଆୟୋଗଙ୍କୁ ଅପିଲ କରିଛନ୍ତି | ବିଜେପି ଆଦର୍ଶ ଆଚରଣ ବିଧି ଉଲଂଘନ କରୁଛି ବୋଲି ଅଭିଯୋଗ କରିଛନ୍ତି |


ସୂଚନାଯୋଗ୍ୟ ଯେ, ଦିବ୍ୟା ସ୍ପନ୍ଦନା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଏ | ଏହା ପୂର୍ବରୁ ଏକ ମିମ ପୋଷ୍ଟ କରି ଦିବ୍ୟା ସ୍ପନ୍ଦନା ମୋଦି ସମର୍ଥକଙ୍କୁ ଷ୍ଟୁପିଡ଼ ବୋଲି କହିଥିଲେ | ଦିବ୍ୟା ସ୍ପନ୍ଦନାଙ୍କ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିଲା ଏବଂ ଉପରେ ଲେଖାଯାଇଥିଲା ” କ’ଣ ଆପଣ ଜାଣିଛନ୍ତି ୩ଜଣଙ୍କ ମଧ୍ୟରୁ ଜଣେ ମୋଦି ସମର୍ଥକ ଅନ୍ୟ ୨ ଜଣଙ୍କ ଭଳି ଭକୁଆ” |


ଦିବ୍ୟା ସ୍ପନ୍ଦନା ଏଭଳି ଟ୍ୱିଟ କରିବା ପ୍ରଥମ ଘଟଣା ନୁହେଁ | ସେ ପୂର୍ବରୁ ମଧ୍ୟ ଏଭଳି ମନ୍ତବ୍ୟ ଦେଇଛନ୍ତି | ସରଦାର ପଟେଲଙ୍କ ପ୍ରତିମୂର୍ତ୍ତି ଅନାବରଣ ପରେ ମଧ୍ୟ ସେ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ କରିଥିଲେ | ଗତବର୍ଷ ମୋଦିଙ୍କୁ ନେଇ କରାଯାଇଥିବା ଆପତ୍ତିଜନକ ଟ୍ୱିଟ ପରେ କଂଗ୍ରେସ ଆଇଟି ସେଲର ପ୍ରଭାରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରାଯାଇଥିଲା |


ଦେଶର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ବହୁତ ପୁରୁଣା | କିନ୍ତୁ ଚାଳିତଥର ଏହି ଯୁଦ୍ଧ ଆହୁରି ଉଗ୍ର ରୂପ ନେଇଛି | କଂଗ୍ରେସ ବିଜେପି ସବୁବେଳେ ମୁହାଁମୁହିଁ ହେଉଛନ୍ତି | ଉଭୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ, ଆପତ୍ତିଜନକ ମନ୍ତବ୍ୟ ଉଭୟ ପକ୍ଷର ନେତା ପରସ୍ପରକୁ ଆକ୍ଷେପ କରି କହୁଛନ୍ତି | ଏପରିକି ନେତାମାନେ ବୟାନବାଜି ବେଳେ ଶବ୍ଦର ମର୍ଯ୍ୟାଦା ମଧ୍ୟ ଭୁଲି ଯାଉଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବା କଂଗ୍ରେସ ସୋସିଆଲ ମିଡ଼ିଆ ମୁଖ୍ୟ ଦିବ୍ୟା ସ୍ପନ୍ଦନା ରାମ୍ୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ ହୋଇଛି |

   Related Posts