ନିଜ ଘରେ ମାସ୍କ ତିଆରି କରିବାର ଉପାୟ ବତାଇଲେ ଦିବ୍ୟା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
25/04/2020 at 4:17 PM

ମୁମ୍ବାଇ ୨୫/୪: ଅନେକ ବଲିଉଡ ସେଲିବ୍ରିଟିଙ୍କ ପରେ ଏବେ ଫିଲ୍ମନିର୍ମାତା-ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ମଧ୍ୟ ‘ ନିଜ ଦେଶ,ନିଜ ମାସ୍କ’ ଅଭିଯାନ ସହ ଜଡ଼ିତ ହୋଇଯାଇଛନ୍ତି। ଶୁକ୍ରବାର ସେ ନିଜ ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ସେ ଘରେ ହିଁ ମାସ୍କ ତିଆରି କରିବାର ଉପାୟ କହିଥିଲେ। ସେ କହିଥିଲେ ଯେ ସର୍ଜିକାଲ୍ ମାସ୍କର ଅଭାବକୁ ଦେଖି ଆମେ ନିଜ ପାଇଁ ଘରେ ହିଁ ମାସ୍କ ତିଆରି କରିବା ଉଚିତ୍।
ଭିଡିଓ ସେୟାର କରି ଦିବ୍ୟା କହିଛନ୍ତି,‘ବିଶ୍ବରେ ହେଉଥିବା ସର୍ଜିକାଲ୍ ମାସ୍କର ଅଭାବ ମଧ୍ୟରେ ଆମକୁ ନିଜ ମାସ୍କ ଘରେ ତିଆରି କରିବା ଆବଶ୍ୟକ। ସ୍ବାସ୍ଥ୍ୟକର୍ମୀଙ୍କୁ ସର୍ଜିକାଲ୍ ମାସ୍କ ଉପଲବ୍ଧ କରିବାକୁ ଦେବା। ସେ ସମସ୍ତଙ୍କୁ ‘ ନିଜ ଦେଶ,ନିଜ ମାସ୍କ’ ସାମିଲ ହେବାକୁ ଅନୁରୋଧ କରିଛନ୍ତି।’

ଭିଡିଓରେ ଦିବ୍ୟା କହୁଛନ୍ତି ଯେ ‘ ବନ୍ଧୁଗଣ,ତାଙ୍କୁ ଆଶା ରହିଛି ଯେ ସମସ୍ତେ ନିଜ ନିଜ ଘରେ ଥିବେ ଏବଂ ପୂରା ସୁରକ୍ଷିତ ଥିବେ। ଆପଣମାନେ ଜାଣିଥିବେ ଯେ ଆଜିକାଲି ବିଶ୍ବରେ ମାସ୍କର ଅଭାବ ଦେଖା ଦେଇଛି, ଏବଂ ଘରୁ ବାହାରିଲେ ମାସ୍କ ସମସ୍ତଙ୍କ ପାଇଁ କେତେ ଜରୁରୀ ହୋଇପଡ଼ିଛି। ଆମ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ଆମେ ନିଜେ ଆମ ଘରେ ମଧ୍ୟ ମାସ୍କ ବନାଇ ପାରିବା। ସେ ମଧ୍ୟ ନିଜ ମାସ୍କ ଘରେ ତିଆରି କରିଛନ୍ତି। ସେ ନିଜ ସ୍କାର୍ଫରେ ଫୋଲ୍ଡ କରି ମଝିରେ ସିଲେଇ କରି ଏହାର ଦୁଇ କଡ଼ରେ ରବର ଲଗାଇ ଦେଇଛନ୍ତି। ଶେଷରେ ସେ କହୁଛନ୍ତି ‘ ନିଜ ଦେଶ,ନିଜ ମାସ୍କ’।
