Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇନଛାତ୍ରୀ ଯୌନ ଶୋଷଣ ମାମଲାରେ ବଢିଲା ଚିନ୍ମୟାନନ୍ଦଙ୍କ ସମସ୍ୟା, ସିଲ ହେଲା ଆଶ୍ରମ

ଶାହାଜାହାଁପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦ ବେଳକୁ ବେଳ ସମସ୍ୟାରେ ଘେରିଗଲେଣି। ଆଇନ ଛାତ୍ରୀ ଯୌନ ଶୋଷଣ ମାମଲାରେ ଏସଆଇଟି ଗୁରୁବାର ତାଙ୍କୁ ୮ ଘଣ୍ଟା ଜେରା କରିଛି। ଏହି ଜେରା ସହ ଶାହାଜାହାଁପୁରସ୍ଥିତ ତାଙ୍କ ଦିବ୍ୟ ଆଶ୍ରମକୁ ଶୁକ୍ରବାର ସିଲ କରିଦିଆଯାଇଛି। ଏବେ ଆଶ୍ରମ ବାହାରେ ସୁରକ୍ଷା କଡାକଡି କରାଯାଇଥିବା ବେଳେ ଏବେ ସେଠାକୁ କାହାରିକୁ ଯିବାକୁ କି ଆସିବାକୁ ଦିଆଯାଉନି।

ଛାତ୍ରୀଙ୍କ ପ୍ରତି ଯୌଣ ଶୋଷଣ ମାମଲାର ତଦନ୍ତ ଲାଗି ସୁପ୍ରିମ କୋର୍ଟ ସ୍ୱତନ୍ତ୍ର ଯାଞ୍ଚ ଟିମ୍ (ଏସଆଇଟି) ଗଠନ କରିଥିଲେ। ଏହା ସହ ସମ୍ପୂର୍ଣ୍ଣ ମାମଲାକୁ ଏଲହାବାଦ୍ ହାଇକୋର୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଏବେ ଏସଆଇଟି ଏଲହାବାଦ ହାଇକୋର୍ଟଙ୍କ ଦେଖରେଖରେ  ମାମଲାର ତଦନ୍ତ କରୁଛନ୍ତି। ଏଥିରେ ଏସଆଇଟି ଚିନ୍ମୟାନନ୍ଦଙ୍କୁ ଗୁରୁବାର ଜେରା କରିଥିବା ବେଳେ ଏହି ଜେରା ଦୀର୍ଘ ୮ ଘଣ୍ଟା ଧରି ଚାଲିଥିଲା। ତେବେ ଏହି ପଚରା ଉଚରା ପୂର୍ବରୁ ଚିନ୍ମୟାନନ୍ଦଙ୍କ ସହ ଆଇନ ଛାତ୍ରୀଙ୍କ ଏକ ଆପତ୍ତି ଜନକ ଭିଡିଓ  ସୋସାଲ ମିଡିଆରେ ଭାଇରାଲ ହେବା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।  

ସୁପ୍ରିମକୋର୍ଟ ମାମଲର ତଦନ୍ତରେ  ଆଲହାବାଦ ହାଇକୋର୍ଟ କୌଣସି ନିଷ୍ପତ୍ତିରେ ଉପନୀତ ନ ହେବା ପର୍ଯ୍ୟନ୍ତ ଉଉତ୍ତରପ୍ରଦେଶ ରାଜ୍ୟ ସରକାରଙ୍କୁ ଛାତ୍ରୀ ଓ ତାଙ୍କ ପରିବାରର ସୁରକ୍ଷା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଛାତ୍ରୀ ଓ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସୁରକ୍ଷା ଏବେ ରାଜ୍ୟ ସରକାରଙ୍କ ଦାୟିତ୍ୱ ହୋଇଯାଇଛି। ସେହିପରି ଛାତ୍ରୀଙ୍କ ଏଲଏଲଏମ ପଢା ଶେଷ କରିବା ଲାଗି ତାଙ୍କୁ ଅନ୍ୟ କଲେଜକୁ ସ୍ଥାନାନ୍ତର କରିବା ନିମନ୍ତେ ସୁପ୍ରିମକୋର୍ଟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

382 Views

   ସମ୍ବନ୍ଧିତ ଖବର